ଘରୋଇ ବସ୍‌ ଭଡ଼ା ବଢ଼ିଲା

Advertisment
ଘରୋଇ ବସ୍‌ ଭଡ଼ା ବଢ଼ିଲା

ଭୁବନେଶ୍ୱର: ରାଜ୍ୟ ଭିତରେ ଚାଲୁଥିବା ସାଧାରଣ ବସ୍‌, ଏକ୍ସପ୍ରେସ, ଡିଲକ୍ସ ଓ ଡିଲକ୍ସ ଏସି ବସ୍‌ର ଭଡା ବଢିଛି । ଏହି ବର୍ଦ୍ଧିତ ବସ ଭଡା ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ବସ୍‌ ବଢ଼ିଲା ପରେ ସାଧାରଣ ବସ୍‌ କିଲୋମିଟର ପ୍ରତି ୬୪ ପଇସା, ଏକ୍ସପ୍ରେସ୍‌ ବସ୍‌ରେ ୬୭ ପଇସା, ଡିଲକ୍ସ ବସ୍‌ରେ ୮୯ ପଇସା ଓ ଡିଲକ୍ସ ଏସି ବସ୍‌ରେ ୧ଟଙ୍କା ୧୧ ପଇସା ରହିଛି।

ସାଧାରଣ  ଓ ଏକ୍ସପ୍ରେସ ବସ୍‌ ପାଇଁ ସର୍ବନିମ୍ନ ଭଡ଼ା ୫ ଟଙ୍କା ଥିବା ବେଳେ ଡିଲକ୍ସ ଓ ଡିଲକ୍ସ ଏସି ବସ୍‌ ପାଇଁ ୧୩ ଟଙ୍କା ସର୍ବନିମ୍ନ ଭଡ଼ା ଧାର୍ଯ୍ୟ କରାଯାଇଛି। ଏଥିସହ ଯାତ୍ରୀମାନେ ୧୫ କିଲୋଗ୍ରାମ ପର୍ଯ୍ୟନ୍ତ ସାମଗ୍ରୀ ମାଗଣାରେ ନେଇପାରିବାର ସୁବିଧା ରହିଛି। ସେହିପରି ୧୫ କିଲୋଗ୍ରାମରୁ ଅଧିକ ଓଜନର ମାଲ୍‌ ପରିବହନ ପାଇଁ ୨୦ କିଲୋଗ୍ରାମ ପିଛା ପ୍ରତି କିଲୋମିଟରକୁ ୭ ପଇସା ଭଡ଼ା ଧାର୍ଯ୍ୟ କରାଯାଇଛି। ଏହି ଭଡ଼ା ବ୍ୟତୀତ ପୂର୍ବଭଳି ତେଲ ଦର ବଢ଼ିଲେ ‘ଅଟୋମେଟିକ୍‌ ମେକାନିଜମ୍‌’ ମଧ୍ୟ କାର୍ଯ୍ୟ କରିବ ବୋଲି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe