ରଥଯାତ୍ରା ଉପଲକ୍ଷେ ପୁରୀ ଜିଲ୍ଲାପାଳଙ୍କୁ ସ୍ବାସ୍ଥ୍ୟ ବିଭାଗର ଚିଠି: ସର୍ଭେଲାନ୍‌ସ ସହିତ ଟେଷ୍ଟିଂ ବଢ଼ାଅ

Advertisment
ରାଜ୍ୟରେ ବଢ଼ିବାରେ ଲାଗିଛି ଦୈନିକ ସଂକ୍ରମଣ: ଘରେ ଘରେ ଥଣ୍ଡା, ଜ୍ୱର

Deccan Herald

ଭୁବନେଶ୍ବର : ଦେଶ ତଥା ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ୁଛି। ରଥଯାତ୍ରାରେ ପୁରୀରେ ପ୍ରବଳ ଜନସମାଗମ ଅନୁମାନ କରାଯାଉଛି। ଏହାକୁ ନଜରରେ ରଖି ସର୍ଭେଲାନ୍‌ସ ଓ ଟେଷ୍ଟିଂ ବଢ଼ାଇବାକୁ ପୁରୀ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଚିଠିରେ କୁହାଯାଇଛି ଯେ ଆଇସିଏମ୍‌ଆର ଗାଇଡଲାଇନ୍ ଅନୁଯାୟୀ ଆଇଏଲଆଇ/ଏସ୍‌ଏଆରଆଇ ସର୍ଭେଲାନ୍‌ସ ସହିତ ଟେଷ୍ଟିଂ ବଢ଼ାଯାଉ। ସ୍ବତନ୍ତ୍ର କ୍ୟାମ୍ପ ଜରିଆରେ ଦ୍ବିତୀୟ ଡୋଜ୍ ଓ ପ୍ରିକସନ୍ ଡୋଜ୍ ଟିକାକରଣ ବଢ଼ାଇବା ସହିତ ଫାଷ୍ଟ ଏଡ୍‌ ସେଣ୍ଟରରେ ଯଥେଷ୍ଟ ପରିମାଣର ମାସ୍କ ଓ ସାନିଟାଇଜର ମହଜୁଦ ରଖାଯାଉ। ଲକ୍ଷଣ ଥିବା ଓ ଯେଉଁମାନେ ନିଜର ପରୀକ୍ଷା କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ସହିତ କୋଭିଡ ସଂପର୍କିତ ସଚେତନତା ପାଇଁ ସର୍ବସାଧାରଣ ସ୍ଥାନରେ ଏଲଇଡିର ବ୍ୟବସ୍ଥା କରାଯାଉ। କୋଭିଡ କେୟାର ସେଣ୍ଟର ବା ସିସିସିରେ ଆବଶ୍ୟକ ଅକ୍ସିଜେନ୍ ବେଡ୍‌, ଆଇସିୟୁ/ଏଚ୍‌ଡିୟୁ ପ୍ରସ୍ତୁତ ରଖିବା ଲାଗି ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଅପରପକ୍ଷରେ କୋଭିଡ ସର୍ଭେଲାନ୍‌ସ ବଢ଼ାଇବା ଲାଗି ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ, କମିସନରଙ୍କୁ ମଧ୍ୟ ଚିଠି ଜାରି ହୋଇଛି।

ଅପରପକ୍ଷରେ ରାଜ୍ୟରେ ଗତ ୨୪ଘଣ୍ଟାରେ ‌୬୨ଜଣ କୋଭିଡ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଖୋର୍ଧାରୁ ସର୍ବାଧିକ ୩୭, କଟକ ୮, ବାଲେଶ୍ବର, ସୁନ୍ଦରଗଡ଼ରୁ ୨ ଲେଖାଏ, ଜଗତସିଂହପୁର, ଝାରସୁଗୁଡ଼ା, କୋରାପୁଟ, ପୁରୀରୁ ଜଣେ ଲେଖାଏ ଓ ଷ୍ଟେଟ୍‌ ପୁଲରୁ ୯ ଆକ୍ରାନ୍ତ ବାହାରିଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨,୮୯,୧୨୧କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଆଜି ରାଜ୍ୟରେ ୪୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ୩୬୩ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe