ଆଦିବାସୀ ଓ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବା ଚିନ୍ତାଜନକ: ବିଜେଡି

ରାଜ୍ୟରେ ଆଦିବାସୀଙ୍କ ଉପରେ ଅତ୍ୟାଚାର ବଢ଼ିବା, ଦୁଇ ଦୁଇଟି ପିଲା ବିକ୍ରି ଭଳି ଘଟଣାକୁ ସାମ୍ନାକୁ ଆସିଛି। ଓଡ଼ିଶାରେ ଆଦିବାସୀମାନେ ନିଜକୁ ସୁରକ୍ଷିତ ମଣୁ ନ ଥିବା ଅଭିଯୋଗ କରିଛି ବିଜେଡି।

bjd

ଭୁବନେଶ୍ବର: ରାଜ୍ୟରେ ଆଦିବାସୀଙ୍କ ଉପରେ ଅତ୍ୟାଚାର ବଢ଼ିବା, ଦୁଇ ଦୁଇଟି ପିଲା ବିକ୍ରି ଭଳି ଘଟଣାକୁ ସାମ୍ନାକୁ ଆସିଛି। ଓଡ଼ିଶାରେ ଆଦିବାସୀମାନେ ନିଜକୁ ସୁରକ୍ଷିତ ମଣୁ ନ ଥିବା ଅଭିଯୋଗ କରିଛି ବିଜେଡି। ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ନିରଞ୍ଜନ ବିଶି ଓ ମିଡିଆ ସଂଯୋଜକ ପ୍ରିୟବ୍ରତ ମାଝୀ କହିଲେ, ରାଜ୍ୟରେ ୬୪ ପ୍ରକାରର ଆଦିବାସୀ ଅଛନ୍ତି ଓ ରାଜ୍ୟର ସମୁଦାୟ ଜନସଂଖ୍ୟାର ସେମାନେ ହେଉଛନ୍ତି ୨୩%। ପିଡିଏସ୍‌ ବଣ୍ଟନ ବିପର୍ଯ୍ୟସ୍ତ କାରଣରୁ ଆମ୍ବ ଟାକୁଆ ଜାଉ ଖାଇ ୩ଜଣ ଆଦିବାସୀ ପ୍ରାଣ ହରାଇଲେ। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନାରେ ଏକ ଆଦିବାସୀ ଝିଅକୁ ବଳାତ୍କାର ଉଦ୍ୟମ ଓ ପରେ ମୁହଁରେ ବିଷ୍ଠା ଖୁଆଇବା ଭଳି ଅମାନବୀୟ ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ଯାହାକି ବିଗତ ୨୪ବର୍ଷରେ ଘଟି ନ ଥିଲା। ପିଲା ବିକ୍ରିକୁ ୨୪ଦିନ ବିତିଥିବା ବେଳେ ଉଦ୍ଧାର କରିବା ପାଇଁ କୌଣସି ଉଦ୍ୟମ କରାଯାଉନାହିଁ। ଏ ସରକାର ଏକ ସମ୍ବେଦନହୀନ ସରକାର।

ବିଜେଡି ନେତାମାନେ କୁମ୍ଭୀର କାନ୍ଦଣା ବନ୍ଦ କରନ୍ତୁ: ବିଜେପି

 ରାଜ୍ୟ ସରକାର ଆଦିବାସୀଙ୍କୁ ନ୍ୟାୟ ଦେବା ପାଇଁ ଉଚିତ୍ ପଦକ୍ଷେପ ନିଅନ୍ତୁ ବୋଲି ବିଜେଡି ପକ୍ଷରୁ ଦାବି ହୋଇଛି। ବିଜେଡିର ଅଭିଯୋଗ ଉପରେ ଜବାବ ରଖିଛି ବିଜେପି। ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଓ ଦୁର୍ଭାଗ୍ୟଜନକ। ଖୁବ୍‌ଶୀଘ୍ର ଆସାମୀକୁ ଧରାଯାଇ ଜେଲ୍‌କୁ ପଠାଯିବ। ମାତ୍ର ବିଜେଡି ଏହି ପ୍ରସଙ୍ଗକୁ ନେଇ ଅଯଥା ରାଜନୀତି କରିବାକୁ ଉଦ୍ୟମ କରୁଛି। ବିଜେଡି ଓ ତାଙ୍କ ଦଳର ନେତାମାନେ କୁମ୍ଭୀର କାନ୍ଦଣା ବନ୍ଦ କରନ୍ତୁ। ବିଜେଡି ସରକାରରେ ଥିଲାବେଳେ ବଲାଙ୍ଗୀର ଜିଲ୍ଲାରେ ମମିତା ମେହେର ଘଟଣା ଘଟିଥିଲା। କୋରାପୁଟର ଆଦିବାସୀ ଝିଅ ତଥା କୁନ୍ଦୁଲି ପୀଡ଼ିତାଙ୍କୁ ନିର୍ଯାତନା ଦିଆଯାଇଥିଲା। ବିଜେଡି ସରକାର ସମୟରେ ନାରୀ ନିର୍ଯାତନା, ଦୁଷ୍କର୍ମ, ଅପହରଣ ଓ ନିଖୋଜ ଭଳି ଘଟଣା ଚରମ ସୀମାରେ ପହଞ୍ଚିଥିଲା। ରାଜ୍ୟ ସରକାର ଆଇନ ଅନୁସାରେ ପ୍ରତ୍ୟେକ ଛୋଟ ବଡ଼ ଘଟଣାର କାର୍ଯ୍ୟାନୁଷ୍ଠାନ ନେବା ପାଇଁ କାର୍ଯ୍ୟ କରୁଥିବା ଶ୍ରୀ ମଲ୍ଲିକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe