ଭୟ ବଢ଼ାଉଛି କରୋନା, ଦିନକରେ ସର୍ବାଧିକ ୧୦ ମୃତ

Advertisment
କରୋନାକୁ ହରାଇଲେ, ଘରକୁ ଫେରିଲେ ମା’ ଓ ଶିଶୁ

OpIndia

୨୫ ଦିନରେ ୧୦୦ ପାର୍‌, ଗଞ୍ଜାମରେ ଅର୍ଦ୍ଧାଧିକ
କରୋନା ଆଁରେ ୧୩୦, ୧୭ଟି ଜିଲ୍ଲାରେ ମୁଣ୍ଡ ଗଡ଼ିଲାଣି

ଭୁବନେଶ୍ୱର : କେଉଁ ଦିନ ଆକ୍ରାନ୍ତ ବଢ଼ୁଛନ୍ତି ତ କେଉଁଦିନ ସୁସ୍ଥ ସଂଖ୍ୟା। ଆକ୍ରାନ୍ତ ଓ ସୁସ୍ଥଙ୍କ ମଧ୍ୟରେ ସଂଖ୍ୟାର ଖେଳ ଚାଲିଛି। କିନ୍ତୁ ଏପଟେ କରୋନା ସର୍ବଗିଳା ରୂପ ନେଲାଣି। ‌ଗତ ୨୪ ଘଣ୍ଟା‌ ଭିତରେ ୧୦ ଜଣ କରୋନାରେ ଟଳିପଡ଼ିଛନ୍ତି। ଗୋଟିଏ ଦିନରେ ଏହା ସର୍ବାଧିକ ମୃତ୍ୟୁ। ଏମାନଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୩ ଜଣ ଥିଲା ବେଳେ ବାଲେଶ୍ବର ଓ ସୁନ୍ଦରଗଡ଼ରେ ୨ ଲେଖାଏଁ, ଗଜପତି, ଝାରସୁଗୁଡ଼ା ଓ ରାୟଗଡ଼ାରେ ଜଣେ ଲେଖାଏଁ ଅଛନ୍ତି। ଏହି ୧୦ ଜଣଙ୍କ ମଧ୍ୟରୁ ୬ ଜଣଙ୍କର ଡାଇବେଟିସ୍, ଓବେସିଟି, ହାଇପର୍‌ଟେନ୍‌ସନ୍‌ ପରି ରୋଗ ଥିବା କୁହାଯାଉଛି। କିନ୍ତୁ ଆଉ ୪ ଜଣଙ୍କ କିଛି ରୋଗ ଥିବାର ସୂଚନା ନାହିଁ। କେବଳ କରୋନା ରୋଗରେ ହିଁ ସେମାନେ ଆଖି ବୁଜିଦେଇଛନ୍ତି। ସାମଗ୍ରିକ ଭାବେ ହିସାବ ନେଲେ କରୋନା ଯୋଗୁଁ ରାଜ୍ୟରେ ୧୩୦ ଜୀବନ ଗଲାଣି।

ଓଡ଼ିଶାରେ ଏଇ ଜୁଲାଇରେ ହିଁ କରୋନା ସାଂଘାତିକ ରୂପ ନେଇଛି। ରାଜ୍ୟରେ ଏପ୍ରିଲ ୬ରେ ପ୍ରଥମ କରୋନା ମୃତ୍ୟୁ ହୋଇଥିଲା। ତା’ପରେ ୮୬ ଦିନ ଭିତରେ ୨୫ ଜଣଙ୍କ ଜୀବନ ଯାଇଥିଲା। କିନ୍ତୁ ପରବର୍ତ୍ତୀ ୨୫ ଦିନ ଅର୍ଥାତ ଜୁଲାଇ ୧ରୁ ଆଜି ଭିତରେ ୧୦୫ ଜଣ କରୋନାରେ ଆକ୍ରାନ୍ତ ହୋଇ ଟଳିପଡ଼ିଲେଣି। କରୋନା କେବଳ ଯେ ବୟସ୍କ ଲୋକଙ୍କ ଜୀବନ ନେଉଛି ତାହା ନୁହେଁ, ଯୁବପିଢ଼ି ମଧ୍ୟ କରୋନା ମୁହଁରୁ ବାଦ୍ ପଡ଼ୁ ନାହାନ୍ତି। ୧୩୦ ଜଣଙ୍କ ବାଦ୍‌ କରୋନାରେ ପୀଡ଼ିତ ହୋଇ ଆଉ ୩୩ ଜଣ ମୃତ୍ୟୁବରଣ କରିଥିଲେ ବି ସରକାରୀ ଭାବେ ତାହାକୁ କରୋନା ଜନିତ ମୃତ୍ୟୁ ବୋଲି କୁହାଯାଇ ନାହିଁ। ସେମାନଙ୍କ ମୃତ୍ୟୁକୁ ଅଣ କୋଭିଡ୍ ବା ଅନ୍ୟ ରୋଗ ପାଇଁ ବୋଲି କୁହାଯାଇଛି।

publive-image VectorStock

ମୃତ୍ୟୁ ସଂଖ୍ୟା ହିସାବକୁ ନେଲେ ଗଞ୍ଜାମ ପରିସ୍ଥିତି ଲୋମଟାଙ୍କୁରା ରହିଛି। କେବଳ ଏହି ଜିଲ୍ଲାରେ ୭୩ ଜଣଙ୍କ ଜୀବନ ଗଲାଣି। ତାହା ପଛକୁ ଅଛି ଖୋର୍ଦ୍ଧା(୧୫)। ବର୍ତ୍ତମାନ ସୁଦ୍ଧା ୧୭ଟି ଜିଲ୍ଲାରେ କରୋନା ଜୀବନ ନେଇସାରିଲାଣି।

ଅନ୍ୟପକ୍ଷରେ କରୋନାରେ ସୁସ୍ଥ ହାର ମଧ୍ୟ ଉତ୍ସାହଜନକ ରହିଛି। ‌ଆକ୍ରାନ୍ତଙ୍କ ସଂଖ୍ୟା ବି ବହୁ ରାଜ୍ୟ ତୁଳନାରେ କମ୍ ଅଛି। ଏବେ ଅଧିକ ସଂଖ୍ୟାରେ ସ୍ବାବ ଟେଷ୍ଟ ଚାଲିଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ବୋଲି ସରକାର କହିଛନ୍ତି। ଏଥି ପାଇଁ ଲୋକ ଆତଙ୍କିତ ନ ହେବାକୁ ଆଶ୍ବାସନା ଦିଆଯାଇଛି। କିନ୍ତୁ କରୋନାରେ ଏମିତି ମୃତ୍ୟୁ ସଂଖ୍ୟା ବଢ଼ିଚାଲିଥିବାରୁ ତାହା ଲୋକଙ୍କ ଭିତରେ ଭୟ ଓ ଉଦ୍‌ବେଗ ବଢାଇ ଦେଲାଣି। ରୋଗୀ ଦେହରେ ଅନ୍ୟ ରୋଗ ନ ଥିଲେ ବି କରୋନା ‌ଘାତକ ସାଜୁଥିବାର ଉଦାହରଣ ନିୟମିତ ଦେଖିବାକୁ ମିଳିଲାଣି, ଯାହା କି ଲୋକଙ୍କୁ ଆତଙ୍କିତ କରୁଛି। ପ୍ରତି ଦିନ ମୃତ୍ୟୁ ସଂଖ୍ୟା ବଢ଼ିବା ଓ କେବଳ କରୋନା ରୋଗରେ ରୋଗୀ ଟଳିପଡ଼ିବା ଘଟଣା ଚିନ୍ତାଜନକ ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe