ବସ୍‌ରେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ, ଯୁବକ ଗିରଫ

Advertisment
ବସ୍‌ରେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ, ଯୁବକ ଗିରଫ

ବଡ଼ବିଲ: ଏକ ଘରୋଇ ବସ୍‌ରେ ଜଣେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ ଓ ଦୁର୍ବ୍ୟବହାର କରି ଜଣେ ଯୁବକ ଗିରଫ ହୋଇଛି। ଅଭିଯୁକ୍ତ ‌ହେଲା ଭଦ୍ରକ ଜିଲ୍ଲା ଧୁଷୁରି ଥାନା ସୁନ୍ଦରପୁର ଗ୍ରାମର ସତ୍ୟବ୍ରତ ନାଏକ।  କେନ୍ଦୁଝରରୁ ବର୍ଷା ନାମକ ବସ୍‌ରେ ସତ୍ୟବ୍ରତ ବଡ଼ବିଲ ଆସୁଥିଲେ।

ରିମୁଳି ବସ୍‌ଷ୍ଟାଣ୍ଡରୁ ଜଣେ ଯୁବତୀ ଉକ୍ତ ବସ୍‌ରେ ଚଢ଼ିଥିଲେ। ସତ୍ୟବ୍ରତଙ୍କ ପାଖ ସିଟ୍‌ରେ ବସିଥିଲେ। କିଛି ସମୟ ପରେ ସତ୍ୟବ୍ରତ ଯୁବତୀଙ୍କୁ ଦୁର୍ବ୍ୟବହାର ଆରମ୍ଭ କରିଥିଲା। ଯୁବତୀ ଜଣକ ଉକ୍ତ ସିଟ୍‌ ଛାଡ଼ି ଅନ୍ୟ ଏକ ସିଟ୍‌ରେ ବସିଥିଲେ। ସତ୍ୟବ୍ରତ ପୁଣି ତାଙ୍କ ପାଖକୁ ଯାଇ ତାଙ୍କୁ ହାଇରାଣ କରିଥିଲେ। ଏନେଇ ଯୁବତୀ ଜଣକ ପରିବାର ଲୋକଙ୍କୁ ମେସେଜ କରି ଜଣାଇବା ସହ ବସ୍‌ କଣ୍ଡକ୍ଟରଙ୍କୁ ମଧ୍ୟ ଅବଗତ କରିଥିଲେ।

ବସ୍‌ଟି ବଡ଼ବିଲ ବସ୍‌ଷ୍ଟାଣ୍ଡରେ ପହଞ୍ଚିଲା ବେଳକୁ ସେଠାରେ ପୁଲିସ ଓ ଯୁବତୀଙ୍କ ପରିବାର ଲୋକେ ଜଗି ରହିଥିଲେ। ସେଠାରୁ ଅଭିଯୁକ୍ତ ସତ୍ୟବ୍ରତକୁ ପୁଲିସ ଗିରଫ କରିଛି। ଏନେଇ ବଡ଼ବିଲ ପୁଲିସ କେସ୍‌ ନମ୍ବର ୨୩୯/୨୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe