କାଜୁଗଛ କଟାକୁ ନେଇ ଅସନ୍ତୋଷ

Advertisment
କାଜୁଗଛ କଟାକୁ ନେଇ ଅସନ୍ତୋଷ

ଧର୍ମଶାଳା: ଧର୍ମଶାଳା ତହସିଲ ଅନ୍ତର୍ଗତ ଜାରକା କଳ୍ପତରୁ ଦାସ ମିନି ଷ୍ଟାଡିୟମ ନିକଟସ୍ଥ ଦେଉଳିପାଳ ମୌଜାରେ ଥିବା ବହୁ କାଜୁଗଛକୁ ଆଜି କାଟି ଦିଆଯାଇଛି। ଷ୍ଟାଡିୟମ ସଂପ୍ରସାରଣ ପାଇଁ ଏକ ଜେସିବି ମେସିନ୍‌ ଲଗାଇ କାଜୁବଣକୁ ସଫା କରାଯାଇ ପାଚେରି ନିର୍ମାଣ ପାଇଁ ଗାତ ଖୋଳାଯାଉଛି। ପରିବେଶ ସୁରକ୍ଷା ନିମନ୍ତେ ବନବିଭାଗ ପକ୍ଷରୁ ବୃକ୍ଷରୋପଣ କରାଯାଉଥିବା ବେଳେ ଷ୍ଟାଡିୟମ ପାଇଁ ଗଛଗୁଡ଼ିକୁ ବଳି ପକାଯାଉଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ଦୀର୍ଘ ୨୦ବର୍ଷ ହେଲା ଜାରକାରେ ଏକ ମିନି ଷ୍ଟାଡିୟମ୍ ନିର୍ମାଣ ହେଉଛି। ପୂର୍ବତନ ବିଧାୟକ କଳ୍ପତରୁ ଦାସଙ୍କ ଦେହାନ୍ତ ପରେ ଏହାର ନାଁ ବଦଳିଯାଇ କଳ୍ପତରୁ ଦାସ ଷ୍ଟାଡିୟମ ହୋଇଛି। ଏଠାରେ ବିଭିନ୍ନ ବିଭାଗ ପକ୍ଷରୁ ବହୁ କୋଟି ଟଙ୍କା ବ୍ୟୟ କରାଯାଇଥିଲେ ମଧ୍ୟ, ଏପର୍ଯ୍ୟନ୍ତ ଏହାର ନିର୍ମାଣ କାମ ଶେଷ ହେଉନାହିଁ। କେବେ ଶେଷ ହେବ ଏହାର ଉତ୍ତର ମଧ୍ୟ କାହା ପାଖରେ ନାହିଁ। ଏବେ ପୁଣି ଗ୍ରାମ୍ୟ ଜଙ୍ଗଲ ନଷ୍ଟ କରାଯାଇ ଏହାର ସଂପ୍ରସାରଣ କରାଯାଉଛି।  କାଜୁବଣ ଲିଜ୍ ନେଇ ପରିବାର ପ୍ରତିପୋଷଣ କରୁଥିବା ନିଲାମଧାରୀଙ୍କ ଜୀବିକା ବୁଡ଼ିଯିବା ଆଶଙ୍କା ପ୍ରକାଶ ପାଇଛି। ଜଙ୍ଗଲ ଓ ରାଜସ୍ବ ବିଭାଗ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe