ସମଗ୍ର ରାଜ୍ୟରେ ସ୍ଵାଧୀନତା ଦିବସ ସୁରୁଖୁରୁରେ ପାଳିତ ହୋଇଛି: ପୁଲିସ ଡିଜି

Advertisment
ନକ୍ସଲ ଓ ମାଓ ଦମନକୁ ନେଇ ପୁଲିସ ଡିଜିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

pragativadi

ଭୁବନେଶ୍ବର: ସମଗ୍ର ରାଜ୍ୟରେ ୭୮ତମ ସ୍ଵାଧୀନତା ଦିବସ ସୁରୁଖୁରୁରେ ପାଳିତ ହୋଇଯାଇଛି। ମାଓ ପ୍ରଭାବିତ ଅଞ୍ଚଳରେ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ସ୍ବାଧୀନତା ଦିବସ ପାଳନ ହୋଇଛି। କିଛି ବର୍ଷ ହେଲା ସ୍ବାଧୀନତା ଦିବସର ପୂର୍ବ ଦିନ ଅର୍ଥାତ ଅଗଷ୍ଟ ୧୪ ତାରିଖରେ ସାଧାରଣତଃ ମାଓ ପୋଷ୍ଟର ଦେଖିବାକୁ ମିଳୁଥିଲା। ଏଥର କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଯାଇଛି। ଚଳିତ ଥର ସେମିତି କିଛି ବି ହୋଇନାହିଁ। ମୋହନ ସରକାରରେ ମନ୍ତ୍ରିମଣ୍ଡଳ ସଦସ୍ୟମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ପତାକା ଉତ୍ତୋଳନ କରିଛନ୍ତି। ସବୁ କିଛି ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ‌ବୋଲି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଅଞ୍ଚଳରେ ଗୋଟିଏ ମାଓ ଗ୍ରୁପ୍ ସକ୍ରିୟ ଅଛନ୍ତି। ଗତ ୭ ମାସ ଭିତରେ ଗୋଟିଏ ଡିଭିଜନାଲ କମାଣ୍ଡର ଓ ଦୁଇଟି କ୍ୟାଡ଼ରଙ୍କୁ ନ୍ୟୁଟ୍ରାଲାଇଜ୍ କରାଯାଇଛି। ସେ ଅଞ୍ଚଳରେ ଏଣ୍ଟି ମାଓ ଗତିବିଧିକୁ ତୀବ୍ର କରାଯାଇଛି। ଏହାରି ମଧ୍ୟରେ ଅନେକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆସନ୍ତା ବର୍ଷ ଭିତରେ ସେ ଅଞ୍ଚଳ ବି ମାଓ ମୁକ୍ତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe