ସାଧାରଣତନ୍ତ୍ର ଦିବସ ଆଜି : ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Advertisment

ପରେଡ୍‌ସ୍ଥଳ ଯାଞ୍ଚ କଲେ ବମ୍‌ ସ୍କ୍ଵାଡ୍‌, ସନ୍ଧାନୀ କୁକୁର, ଏନ୍‌ଏସ୍‌ଜି କମାଣ୍ଡୋଙ୍କ ଅନୁଧ୍ୟାନ

ପରେଡ୍‌ସ୍ଥଳ ଯାଞ୍ଚ କଲେ ବମ୍‌ ସ୍କ୍ଵାଡ୍‌, ସନ୍ଧାନୀ କୁକୁର, ଏନ୍‌ଏସ୍‌ଜି କମାଣ୍ଡୋଙ୍କ ଅନୁଧ୍ୟାନ

ସାଧାରଣତନ୍ତ୍ର ଦିବସ ଆଜି : ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସରେ ରାଜଧାନୀର ଗାନ୍ଧୀମାର୍ଗରେ ହେବାକୁ ଥିବା ରାଜ୍ୟସ୍ତରୀୟ ପରେଡ୍‌ ଲାଗି କମିସନରେଟ୍‌ ପୁଲିସ ସମସ୍ତ ପ୍ରସ୍ତୁତି ଶେଷ କରିଛି। ଶୁକ୍ରବାର ସକାଳେ ରାଜ୍ୟପାଳ ଡ.ଏସ୍‌ ସି ଜମିର ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ। ଆଜି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା, ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ପ୍ରମୁଖ ପରେଡ୍‌ ସ୍ଥଳକୁ ଯାଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ଏହାଛଡ଼ା ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ସମଗ୍ର ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଚଳିତ ବର୍ଷ ପ୍ରଥମଥର ଲାଗି ପରେଡ୍‌ବେଳେ ଗାନ୍ଧୀମାର୍ଗରେ ଏନ୍‌ଏସ୍‌ଜି କମାଣ୍ଡୋ ମୁତୟନ ହେବେ। ୧୨ ଜଣିଆ କମାଣ୍ଡୋ ଟିମ୍‌ ଦୁଇ ଦିନ ହେଲା ସହରରେ ପହଞ୍ଚି ସାରିଛନ୍ତି। ଆଜି ମଧ୍ୟ ଏନ୍‌ଏସ୍‌ଜି କମାଣ୍ଡୋମାନେ ଗାନ୍ଧୀମାର୍ଗକୁ ଆସି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସେହିପରି ଅପରାହ୍‌ଣରେ ସନ୍ଧାନୀ କୁକୁର ଏବଂ ବୋମା ନିଷ୍କ୍ରିୟକାରୀଙ୍କ ସହଯୋଗରେ ପରେଡ୍‌ ସ୍ଥଳକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା। ଗାନ୍ଧୀମାର୍ଗର ଉଭୟ ପାର୍ଶ୍ୱରେ ଥିବା ଡ୍ରେନ୍‌ର ଭିତର ଅଂଶକୁ ମଧ୍ୟ ପରଖିଥିଲେ ବୋମା ନିଷ୍କ୍ରୟକାରୀ ଦଳ। ଏହାଛଡ଼ା ଆଜି ଦୁଇଦୁଇ ଥର ରାଜ୍ୟପାଳଙ୍କ କାରକେଡ୍‌ର ରିହରସାଲ୍‌ କରାଯାଇଥିଲା। ଏହା ବ୍ୟତୀତ ବିଭିନ୍ନ ଦଳ ଚୂଡ଼ାନ୍ତ ପରେଡ୍‌ ଅଭ୍ୟାସ କରିଥିଲେ।

ଚଳିତ ବର୍ଷ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ଼ର ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବାରିକେଡ଼ର ସବୁଜ ରଙ୍ଗର ତାର ଜାଲି ବ୍ୟବସ୍ଥା କରାଯାଇଛି। କୌଣସି ପ୍ରକାର ଅପ୍ରିତୀକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପରେଡ଼ ସ୍ଥଳରେ ୩୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛନ୍ତି।। ସେହିପରି ଦୁଇ ୟୁନିଟ୍‌ ଏସ୍‌ଓଜି, କ୍ୟୁଆର୍‌ଟି , ଓସାଫ, ରାପିଡ୍‌ ଆକ୍ସନ ଫୋର୍ସ, ସନ୍ଧାନୀ କୁକୁର ଓ ସାଦା ପୋଷାକଧାରୀ ପୁଲିସ ନିୟୋଜିତ ହେବେ ବୋଲି ସୂଚନା ମିଳିଛି। ପରେଡ଼ ସ୍ଥଳରେ ସିସି ଟିଭି କ୍ୟାମେରା ସହ ୧୦୦ରୁ ଅଧିକ ଏସ୍‌ଆଇ, ଏଏସ୍‌ଆଇ ଏବଂ ଇନ୍ସପେକ୍ଟରଙ୍କ ସହ ୧୯ ଜଣ ଡିଏସ୍‌ପି , ୯ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହେବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe