ଅଗ୍ନି-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

Advertisment
ଅଗ୍ନି-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର/ଧାମରା : ଭଦ୍ରକ ଜିଲ୍ଲାର ଅବ୍ଦୁଲ କଲାମ ଦ୍ବୀପରୁ ଷ୍ଟ୍ରାଟେଜିକ୍‌ ଫୋର୍ସ କମାଣ୍ଡୋ ବାହିନୀ ଅଗ୍ନି-୩  ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ ବୁଧବାର ସଂଧ୍ୟା ୭ଟା ୩୦ ମିନିଟ୍‌ ସମୟରେ କରାଯାଇଛି । କଲାମ ଦ୍ବୀପର ୪ ନମ୍ବର ଲଞ୍ଚପ୍ୟାଡ୍‌ରୁ ଏହି ପରୀକ୍ଷଣ କରାଯାଇଥିବା ବେଳେ ମିଶନ ସଫଳ ହୋଇଥିବା ପ୍ରତିରକ୍ଷା ବିଭାଗ ସୂତ୍ରରୁ ଜଣାଯାଇଛି।

ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା ଦ୍ୱାରା ତିଆରି ଅଗ୍ନି-୩ କ୍ଷେପଣାସ୍ତ୍ରଟିର ଓଜନ ୫୦ ଟନ୍‌, ଲମ୍ବ ୧୭ ମିଟର ଓ ଓସାର ୨ ମିଟର ରହିଛି। ଏହି କ୍ଷେପଣାସ୍ତ୍ର ୨ ଷ୍ଟେଜ୍‌ ବିଶିଷ୍ଟ କଠିନଇନ୍ଧନ ବ୍ୟବହାର ଉପଯୋଗୀ ହୋଇଥିବା ବେଳେ ୩୫୦୦ କିମିରୁ ୫ହଜାର କିମି ପର୍ଯ୍ୟନ୍ତ ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି। ଏଥିସହ ଏହି କ୍ଷେପଣାସ୍ତ୍ରର ଗତି ସେକେଣ୍ଡ ପ୍ରତି ୫ କିମି ରହିଥିବା ବେଳେ ଆଜିର ଏହି ପରୀକ୍ଷଣ ଏକ ରେଳ ମୋବାଇଲ ଲଞ୍ଚ୍‌ରରୁ ହୋଇଥିଲା। ଏହି କ୍ଷେପଣାସ୍ତ୍ରରେ ୨୫ଶହ କିଲୋ ପାରମ୍ପରିକ ତଥା ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ଆଜି ଏହାର ୭ମ ବ୍ୟବହାରିକ ପରୀକ୍ଷଣ ସମୟରେ ପ୍ରତିରକ୍ଷା ବିଭାଗର ବହୁ ବରିଷ୍ଠ ବୈଜ୍ଞାନିକଙ୍କ ସମେତ  ଷ୍ଟ୍ରାଟେଜିକ୍‌ ଫୋର୍ସ କମାଣ୍ଡୋ ବାହିନୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe