Kanak News
ଭୁବନେଶ୍ୱର: ପ୍ରଗତି ମଇଦାନରେ ଆରମ୍ଭ ହୋଇଥିବା ‘ଭାରତ ଅନ୍ତର୍ଜାତୀୟ ମେଳା-୨୦୧୯’ରେ ‘ଓଡ଼ିଶା ମଣ୍ଡପ’ ଦର୍ଶକ ଓ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ କେନ୍ଦ୍ର ପାଲଟିଛି। ବିଶ୍ୱର ବିଭିନ୍ନ ଦେଶରୁ ଏଠାକୁ ଆସୁଥିବା ଦର୍ଶକ ଓ ଗ୍ରାହକମାନେ ଓଡ଼ିଶା ସଂପର୍କିତ ଅନେକ ତଥ୍ୟ ହାସଲ କରୁଛନ୍ତି। ସେମାନେ ଓଡ଼ିଶାର ଶିଳ୍ପାନୁକୂଳ ବାତାବରଣ ଓ ପୁଞ୍ଜିନିବେଶ ନିବେଶ କ୍ଷେତ୍ରରେ ପୂରା ତଥ୍ୟ ହାସଲ କରୁଛନ୍ତି। ରାଜ୍ୟରେ କିଭଳି ଅଧିକରୁ ଅଧିକ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ସେନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ଅନ୍ତର୍ଜାତୀୟ ମେଳାରେ ଆନ୍ତରିକ ସହଯୋଗ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯାଉଛି।
Kanak Newsଓଡ଼ିଶା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ବାଣିଜ୍ୟ ମେଳାରେ ଓଡ଼ିଶା ମଣ୍ଡପକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ରାଜ୍ୟ ସରକାରଙ୍କ ପରାମର୍ଶଦାତା (ଗଣମାଧ୍ୟମ ଓ ଲୋକସମ୍ପର୍କ) ମାନସ ମଙ୍ଗରାଜଙ୍କ ସହ ନୂଆଦିଲ୍ଲୀସ୍ଥିତ ରାଜ୍ୟ ସରକାରଙ୍କ ବରିଷ୍ଠ ବିଭାଗୀୟ ଅଧିକାରୀ ପ୍ରମୂଖ ଉପସ୍ଥିତ ଥିଲେ।
କେବଳ ଶିଳ୍ପ ନୁହେଁ ବରଂ ଏହି ଅନ୍ତର୍ଜାତୀୟ ମେଳାରେ ରାଜ୍ୟର ପାରମ୍ପରିକ ହସ୍ତଶିଳ୍ପ ଓ ହସ୍ତତନ୍ତ୍ରର ପ୍ରଚାର ପ୍ରସାରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସେଥିଲାଗି ଉତ୍କଳିକା ଓ ବୟନିକାର ଦୁଇଟି ଷ୍ଟଲ, ଆଦିବାସୀ ଅଞ୍ଚଳର ପ୍ରସ୍ତୁତ ସୂତା କପଡ଼ା ଓ ତାରକସି କାର୍ଯ୍ୟର ୨ଟି ଷ୍ଟଲ୍ ଏହି ଆନ୍ତର୍ଜାତୀୟ ମେଳାରେ ସ୍ଥାନ ପାଇଛି। ଓଡ଼ିଶାର କଳାକୃତିକୁ ବିଶ୍ୱ ଦରବାରରେ ଅଧିକରୁ ଅଧିକ ପହଁଚାଇବା ଆସନ୍ତା ୨୧ ତାରିଖରେ ଓଡ଼ିଶାର ବଛାବଛା ୭ଟି ସାଂସ୍କୃତିକ ଦଳ ପ୍ରଗତି ମଇଦାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ।
/sambad/media/post_attachments/wp-content/uploads/2019/11/75242099_2562963647119578_5742144835486220288_n.jpg)
ସବୁଠାରୁ ବଡ଼କଥା ହେଲା, ଚଳିତବର୍ଷ ‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ’ ବିଷୟବସ୍ତୁକୁ ନେଇ ଓଡ଼ିଶା ମଣ୍ଡପ ପ୍ରସ୍ତୁତ କରାଯାଇଛି। ବ୍ୟବସାୟିକ ଏବଂ ବାଣିଜ୍ୟକ ଭିତ୍ତିଭୂମିର ପ୍ରକୃତ ମୂଲ୍ୟାୟନ ସହ ଏହାର ସଦୁପଯୋଗ କରି ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟରେ ଗଢି ତୋଳିବା ଏହାର ମୂଳ ଲକ୍ଷ୍ୟ ରହିଛି।
Follow Us