The South First
ବରଗଡ଼: ଭାରତ ଯୋଡ଼ୋ ଯାତ୍ରା ୧୯ ତାରିଖ ରାତିରେ ବରଗଡ଼ ଜିଲ୍ଲା ସୀମାନ୍ତରେ ପହଞ୍ଚିବ। ସେହି ସନ୍ଧ୍ୟାରେ ଅତାବିରାଠାରେ କର୍ମକର୍ତାମାନେ ରାତ୍ରୀଯାପନ କରିବେ। ୨୧ ତାରିଖ ପଦଯାତ୍ରା ଅତାବିରାରୁ ବାହାରି ସହର ପରିକ୍ରମା ସହ ଲାଦରପାଲି ଦେଇ ରେଙ୍ଗାଲିକ୍ୟାମ୍ପରେ ପହଞ୍ଚିବ।
ପରେ ନଗେନପାଲି, ଜମୁର୍ଡ଼ା ଛକ, ଗୁରୁଦ୍ୱାରା ଛକ, ଗାନ୍ଧୀ ଛକ,ଏସ୍ପି ଅଫିସ ଛକ, ରାଜୀବ ଗାନ୍ଧୀ ଛକ, ଲେଂଗୁ ମିଶ୍ର ଛକ, ଲମ୍ବା ବିଲ୍ଡିଙ୍ଗ ଦେଇ ଅମ୍ବାପାଲି ଛକରେ ପହଞ୍ଚିବ। ୨୨ ତାରିଖ ବରପାଲି ସହର ଏବଂ ପରେ ବରଗଡ଼ ଜିଲ୍ଲାରେ ପଦଯାତ୍ରାର ସମ୍ପନ୍ନ ହେବ ବୋଲି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ, ଜିଲ୍ଲା ଭାରତ ଯୋଡ଼ୋ ଯାତ୍ରା କମିଟି ଅଧ୍ୟକ୍ଷ ଯୁଗଳ ପ୍ରସାଦ ସିଂ, ସଂଯୋଜକ ପ୍ରଦୀପ ଦେବତା, କଂଗ୍ରେସ ନେତା ନିପନ ଦାଶ ସୂଚନା ଦେଇଥିଲେ।
Follow Us