ପହଞ୍ଚିଲେ ଭାରତ-ଶ୍ରୀଲଙ୍କା

ପହଞ୍ଚିଲେ ଭାରତ-ଶ୍ରୀଲଙ୍କା

ଭୁବନେଶ୍ୱର : ବୁଧବାର ବାରବାଟୀ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ଟେ୍ଵଣ୍ଟି-୨୦ ଶୃଙ୍ଖଳାର ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ଉଭୟ ଦଳ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ୍‌ ରବିବାର ବିଶାଖାପାଟଣାରେ ଖେଳି ସୋମବାର ଟେ୍ଵଣ୍ଟି-୨୦ ଖେଳିବା ଲାଗି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆଜି ବିଶାଖାପାଟଣାରୁ ଏକ ସ୍ୱତନ୍ତ୍ର ବିମାନରେ ଉଭୟ ଦଳର ଖେଳାଳି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନିର୍ଧାରିତ ସମୟ ୨ଟା ୫ଠାରୁ ଏକ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ।

publive-imageଖେଳାଳିମାନଙ୍କୁ ଦେଖିବା ଲାଗି ବିମାନ ବନ୍ଦର ସମେତ ମେ’ଫେୟାର ହୋଟେଲ୍‌ ପାଖରେ ପ୍ରଶଂସକମାନେ ଭିଡ଼ ଜମାଇଥିଲେ। ଉଭୟ ଦଳର ଖେଳାଳିମାନଙ୍କୁ ଦୁଇଟି ବସ୍‌ରେ ଅମ୍ବ୍ରେଲା ସୁରକ୍ଷା ବଳୟ ମଧ୍ୟରେ ହୋଟେଲ୍‌କୁ ନିଆଯାଇଥିଲା। ଭାରତୀୟ ସମର୍ଥକଙ୍କ ଧୋନି ଧୋନି ଏବଂ ରୋହିତ ରୋହିତ ଧ୍ୱନିରେ ହୋଟେଲର ଚାରିପଟ ପ୍ରକମ୍ପିିତ ହେଉଥିଲା। ବସ୍‌ ଭିତରୁ ଖେଳାଳିମାନେ ହାତ ହଲାଇ ପ୍ରଶଂସକଙ୍କ ଅଭିବାଦନ ଗ୍ରହଣ କରିଥିଲେ। ହୋଟେଲ୍‌ କର୍ତୁପକ୍ଷ ଏବଂ ଓଡ଼ିଶା କ୍ରିକେଟ୍‌ ସଂଘ ପକ୍ଷରୁ ଉଭୟ ଦଳକୁ ସ୍ୱାଗତ କରିବା ଲାଗି ସବୁ ପ୍ରକାରର ବ୍ୟବସ୍ଥା କରାଯାଇଥିଲ। ଯୋଡ଼ି ଶଙ୍ଖ ସାଙ୍ଗକୁ ଢୋଲ ମାର୍ଦଳର ତାଳେ ତାଳେ ଖେଳାଳିମାନଙ୍କୁ ହୋଟେଲ୍‌ ମଧ୍ୟକୁ ପାଛୋଟି ନିଆଯାଇଥିଲା। ହୋଟେଲର ମହିଳା କର୍ମଚାରୀମାନେ ଗୋଲାପ ପାଖୁଡ଼ା ପକାଇବା ସହ ମଥାରେ ସିନ୍ଦୁର-ଚନ୍ଦନ ଲଗାଇ ଖେଳାଳିମାନଙ୍କୁ ସ୍ୱାଗତ କରିଥିଲେ। ବନ୍ଦାପନା ପରେ ସେମାନଙ୍କୁ ଉତ୍ତରୀୟ ଉପହାର ବି ଦେଇଥିଲେ।

publive-imageପେରେରାଙ୍କ ସହ ପତ୍ନୀ

ଶ୍ରୀଲଙ୍କା ଦଳର ଅଧିନାୟକ ତିସାରା ପେରେରା ଭାରତ ବିପକ୍ଷ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଲାଗି ଭୁବନେଶ୍ୱର ଆସିଛନ୍ତି। ସାଥୀରେ ପତ୍ନୀ ସିରାମୀ ପେରେରାଙ୍କୁ ମଧ୍ୟ ଆଣିଛନ୍ତି। ଦଳୀୟ ସାଥୀଙ୍କ ସହ ଥିସାରା ଏବଂ ସିରାମୀ ହୋଟେଲ୍‌କୁ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe