‘ଇଣ୍ଡିଆ ଟୁଡେ’ର ସର୍ବେକ୍ଷଣ: ପ୍ରମୋଦ ମିଶ୍ର ଦେଶର ଦ୍ବିତୀୟ ଶୀର୍ଷ ନୀତି ନିର୍ଦ୍ଧାରକ

‘ଇଣ୍ଡିଆ ଟୁଡେ’ର ସର୍ବେକ୍ଷଣ: ପ୍ରମୋଦ ମିଶ୍ର ଦେଶର ଦ୍ବିତୀୟ ଶୀର୍ଷ ନୀତି ନିର୍ଦ୍ଧାରକ

Dainik Bhaskar

ସମ୍ବଲପୁର : ଇଣ୍ଡିଆ ଟୁଡ଼େ ପତ୍ରିକାର ସଦ୍ୟ ପ୍ରକାଶିତ ସ୍ୱତନ୍ତ୍ର ସଂସ୍କରଣରେ ଦେଶର ନୀତି ନିର୍ଦ୍ଧାରଣ କରୁଥିବା ପ୍ରଭାବଶାଳୀ ପ୍ରଶାସକଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼। ଏହି ତାଲିକାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ତୃତୀୟ ଏବଂ ଅନ୍ୟତମ ଓଡ଼ିଆ ପୁଅ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଚତୁର୍ଥ ସ୍ଥାନରେ ରହିଛନ୍ତି।

୧୯୭୨ ବ୍ୟାଚ୍ ଗୁଜରାଟ କ୍ୟାଡର୍‌ ଆଇଏଏସ୍ ଅଧିକାରୀ ଡ. ମିଶ୍ର ଦେଶରେ ସଂସ୍କାର, ନୀତି ଓ ଯୋଜନାଗୁଡ଼ିକର ରୂପାୟନ ତଥା ସରକାରୀସ୍ତରରେ ନିଯୁକ୍ତି କ୍ଷେତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି। କୌଣସି ଅମଲାତାନ୍ତ୍ରିକ, ବୈଷୟିକ ଓ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପଦବିରେ ନିଯୁକ୍ତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଚୂଡ଼ାନ୍ତ କରିବା ପୂର୍ବରୁ ଡ. ମିଶ୍ର ଶେଷ ସ୍ପର୍ଶ ଦେଇଥା’ନ୍ତି। ବିକେନ୍ଦ୍ରୀକରଣ ଶୈଳୀରେ ତାଙ୍କ କାର୍ଯ୍ୟ ଯୋଗୁ ଦେଶର ଅମଲାତନ୍ତ୍ରରେ ସବୁସ୍ତରର ପ୍ରତିଭାକୁ ଉପଯୁକ୍ତ ନ୍ୟାୟ ମିଳି ପାରିଛି। ଅଖଣ୍ଡ ପ୍ରଭାବ ଓ କ୍ଷମତା ସତ୍ତ୍ୱେ ସେ କେବେ ଏହାର ପ୍ରଦର୍ଶନ ବା ଅପପ୍ରୟୋଗ କରନ୍ତି ନାହିଁ ବୋଲି ତାଙ୍କ ସହିତ କାର୍ଯ୍ୟ କରିଥିବା ଲୋକେ ମତ ଦିଅନ୍ତି।

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ପ୍ରଚୁର ଅଭିଜ୍ଞତା ହାସଲ କରିଥିବା ଡ. ମିଶ୍ର ୨୦୦୩ରେ ମିଳିତ ଜାତିସଂଘର ପୁରସ୍କାର ପାଇଥିଲେ। ଶ୍ରେଷ୍ଠ ବ୍ୟକ୍ତିଙ୍କୁ ଉପଯୁକ୍ତ କାର୍ଯ୍ୟରେ ଅବସ୍ଥାପିତ କରି ଅମଲାତନ୍ତ୍ରକୁ ଦକ୍ଷ ଓ ସକ୍ରିୟ କରିବାର ସେ ଯେଉଁ ବାଟ ବାହାର କରିଛନ୍ତି, ତାହା ମୋଦୀଙ୍କ ସମୟରେ ଦୃଷ୍ଟାନ୍ତନୀୟ ପ୍ରଶାସନିକ ସଂସ୍କାର ଆଣିପାରିଛି।‌ ଯେଉଁଥିପାଇଁ ‘ଇଣ୍ଡିଆ ଟୁଡେ’ରେ ସଦ୍ୟ ପ୍ରକାଶିତ ସର୍ବେକ୍ଷଣରେ ସେ ଦ୍ବିତୀୟସ୍ଥାନ ଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe