ବାରବାଟୀ ଅଭିମୁଖେ ଦୁଇ ଦଳର ଖେଳାଳି: ଭୁବନେଶ୍ବରରୁ କଟକ, ରାସ୍ତାର ଦୁଇ ପାର୍ଶ୍ବରେ ଫ୍ୟାନଙ୍କ ଭିଡ...

2 team

Photograph: (SAMBAD.IN)

ଭୁବନେଶ୍ବର: ବାରବାଟୀ ଅଭିମୁଖେ ଦୁଇ ଟିମ୍ । ଭୁବନେଶ୍ବର ମେ ଫେୟାର ହୋଟେଲରୁ ବାହାରିଲେ ଦୁଇଟି ଟିମ୍ । ବାରବାଟୀ ଅଭିମୁଖେ ଯାଉଛନ୍ତି ଟିମ୍ ଇଣ୍ଡିଆ ଏବଂ ଇଂଲଣ୍ଡ ଟିମ୍ । ପ୍ରଥମେ ହୋଟେଲରୁ ବାହାରି ବାରବାଟୀ ଅଭିମୁଖେ ବାହାରିଛନ୍ତି ଇଂଲଣ୍ଡର ଖେଳାଳି । ପରେ ପରେ ବାହାରିଲେ ଟିମ୍ ଇଣ୍ଡିଆର ଖେଳାଳି । 

ସେପଟେ ଦିନ ସାଢେ ଗୋଟାଏରେ ଖେଳାଯିବ ମ୍ୟାଚ୍ । ଦୁଇ ଦଳର ଖେଳାଳିଙ୍କୁ ଦେଖିବାକୁ ଭୁବନେଶ୍ବରରୁ କଟକ ମଧ୍ୟରେ ଥିବା ରାସ୍ତା କଡରେ କ୍ରିକେଟ୍ ପ୍ରେମୀଙ୍କ ଭିଡ । ଶୁଭୁଛି ଇଣ୍ଡିଆ... ଇଣ୍ଡିଆ ନାରା... ଟିମ୍ ଇଣ୍ଡିଆର ଖେଳାଳିଙ୍କ ଝଲକ ପାଇବା ପାଇଁ ଲାଗିଛି ଭିଡ । 
ସ୍ବତନ୍ତ୍ର ବସରେ ବିରାଟ କୋହଲି, ରୋହିତ ଶର୍ମାଙ୍କ ସମେତ ବଡ ବଡ ଖେଳାଳି କଟର ଅଭିମୁଖେ ବାହାରିଛନ୍ତି । 

ତେବେ ପାଞ୍ଚବର୍ଷର ପ୍ରତୀକ୍ଷା ପରେ ବାରବାଟୀକୁ ଏକଦିବସୀୟ କ୍ରିକେଟ୍‌ ଫେରିଥିବାରୁ ଦର୍ଶକଙ୍କ ଠାରୁ ଆରମ୍ଭ କରି ଖେଳାଳି ସମସ୍ତେ ଉତ୍ସାହିତ ଅଛନ୍ତି । ପଡିଆରେ ଛକା, ଚୌକା ବର୍ଷା ନେଇ ସମସ୍ତେ ଆଶାବାଦୀ ଅଛନ୍ତି । ରୋହିତ ଏବଂ ବିରାଟଙ୍କ ବ୍ୟାଟରୁ ରନ୍ ବର୍ଷା ନେଇ ସମସ୍ତେ ଆଶାବାଦୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe