କଟକ: ପାରାଚ୍ୟୁଟରୁ ଖସି ବାୟୁସେନାର ଜଣେ ସୈନିକ ନିଖୋଜ

କଟକ: ପାରାଚ୍ୟୁଟରୁ ଖସି ବାୟୁସେନାର ଜଣେ ସୈନିକ ନିଖୋଜ

କଟକ: ଅଭ୍ୟାସ ବେଳେ ପାରାଚ୍ୟୁଟରୁ ଖସି ଯିବାରୁ ଶନିବାର ବାୟୁସେନାର ଜଣେ ସୈନିକ ନିଖୋଜ ଥିବା ରବିବାର ଜଣାପଡ଼ିଛି। ଚୌଦ୍ୱାର ଅଞ୍ଚଳର ମଙ୍ଗରାଜପୁର ନିକଟରେ ଅଭ୍ୟାସ କରୁଥିବା ବେଳେ ସୈନିକ ଜଣକ ନିଖୋଜ ହୋଇ ଯାଇଥିଲେ। ଏଆରସିର ଉଡାଣ ବେଳେ ପାରାଚ୍ୟୁଟରୁ ସେ କେମିତି ଖସି ଯାଇଥିଲେ, ସେ ସମ୍ପର୍କରେ ଜଣାପଡ଼ି ନାହିଁ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଡାଲିଯୋଡ଼ା ସଂରକ୍ଷିତ ଜଙ୍ଗଲର ସଫା ଗ୍ରାମପଞ୍ଚାୟତର ହରିପରୁ ଡ୍ୟାମ୍‌ ନିକଟରୁ ହେଲମେଟ୍‌ ଓ ପାରାଚ୍ୟୁଟ୍‌ ଉଦ୍ଧାର କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଓଡ୍ରାଫ୍‌, ଏନଡିଆରଏଫ୍‌ ଓ ହେଲିକପ୍ଟର ଜରିଆରେ ତଲାସି ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe