ଅବସର ନେଲା ‘ସୁଚେତା କୃପଳାନୀ’

୨୦ ବର୍ଷରେ ୫ ଲକ୍ଷ କିମି ଯାତ୍ରା

ଅବସର ନେଲା ‘ସୁଚେତା କୃପଳାନୀ’

ଜଗତସିଂହପୁର : ଦୀର୍ଘ ୨୦ ବର୍ଷର ଯାତ୍ରା। ଏହି ସମୟ ମଧ୍ୟରେ ଗଭୀର ସମୁଦ୍ରରେ ୨ଲକ୍ଷ ୮୨ ହଜାର ୧୮୪.୧୩ ନଟିକାଲ ମାଇଲ ଅର୍ଥାତ ୫ଲକ୍ଷ ୨୨ ହଜାର ୬୦୫ କି.ମି. ଅଧିକରୁ ଯାତ୍ରା କରିଛି। ନିଜ କାର୍ଯ୍ୟକାଳ ମଧ୍ୟରେ ବିପଦରେ ପଡ଼ିଥିବା ୧୬ ମାଛଧରା ବୋଟ୍‌ ଉଦ୍ଧାର କରିବା ସହ ୧୩୪ ମତ୍ସ୍ୟଜୀବୀଙ୍କ ଜୀବନ ରକ୍ଷା କରିଛି। ଆଜି ଏହି ଇଣ୍ଡିଆନ କୋଷ୍ଟ ଗାର୍ଡ ସିପ୍‌(ଆଇସିଜିଏସ୍‌) ‘ସୁଚେତା କୃପଳାନୀ’ ଅବସର ନେଇଛି। ଆଜି ଅପରାହ୍ନରେ ଏହି ଜାହାଜକୁ ବିଭାଗ ପକ୍ଷରୁ ପାରମ୍ପରିକ ଢଙ୍ଗରେ ବିଦାୟ ଦିଆଯାଇଛି।

ଆଜି ପାରାଦୀପ ବନ୍ଦରରେ ସୁଚେତା କୃପଳାନୀକୁ ଅବସର ଦେବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମୁଖ୍ୟଅତିଥି ଭାବେ ପୂର୍ବାଞ୍ଚଳ ଆଇଜି କେ.ଏସ. ସୈରାନ ଯୋଗ ଦେଇ ଜାହାଜଟି ଅବସର ନେଇଥିବା ସମ୍ପର୍କରେ ସୂଚନା ଦେଇଥିଲେ। ଏହାସହ ଜାହାଜର ସେବା ସମ୍ପର୍କରେ ସୂଚନା ଦେଇଥିଲେ। ଏହାସହ ଉକ୍ତ ପାଟ୍ରୋଲିଂ ଜାହାଜରେ ଆରମ୍ଭରୁ କାର୍ଯ୍ୟ କରିଥିବା ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।

ସୂର୍ଯ୍ୟାସ୍ତ ସମୟରେ ଉକ୍ତ ଜାହାଜକୁ କୋଷ୍ଟଗାର୍ଡର ଯବାନମାନେ ସାଲ୍ୟୁଟ୍‌ ଜଣାଇ ପତାକା ଅପସାରଣ କରିଥିଲେ। ସୂଚନା ଅନୁଯାୟୀ, ଏହି ଜାହାଜଟିକୁ ସ୍ୱତନ୍ତ୍ର ଭାବେ ତଟରକ୍ଷୀବାହିନୀ ନିମନ୍ତେ କୋଲକାତାରେ ନିର୍ମାଣ କରାଯାଇଥିଲା। ସ୍ୱାଧୀନତା ସଂଗ୍ରାମୀ ସୁଚେତା କୃପଳାନୀଙ୍କ ନାଁ ଅନୁଯାୟୀ ଏହି ଜାହାଜଟିକୁ ନିର୍ମାଣ କରାଯାଇଥିଲା। ଜାହାଜର ମୁଖ୍ୟ ଦାୟିତ୍ଵରେ ଥିବା ବି.ଏନ୍‌. ମହାତୋ ଆଜିର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe