ପାରାଦୀପ ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସକୁ ଇଣ୍ଡିଆନ୍‌ ଅଏଲ୍‌ର ମଞ୍ଜୁରି: ୬୧,୦୭୭ କୋଟି ଟଙ୍କା ନିବେଶ କରିବ

Advertisment

ପ୍ରାକ୍-ପ୍ରକଳ୍ପ କାମ ଲାଗି ବାଟ ଫିଟିଲା

ପ୍ରାକ୍-ପ୍ରକଳ୍ପ କାମ ଲାଗି ବାଟ ଫିଟିଲା

ପାରାଦୀପ ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସକୁ ଇଣ୍ଡିଆନ୍‌ ଅଏଲ୍‌ର ମଞ୍ଜୁରି: ୬୧,୦୭୭ କୋଟି ଟଙ୍କା ନିବେଶ କରିବ

ଭୁବନେଶ୍ବର: ସରକାରୀ ତୈଳ କଂପାନି ଇଣ୍ଡିଆନ୍ ଅଏଲ୍‌ କର୍ପୋରେସନ୍ (ଆଇଓସି) ପାରାଦୀପରେ ଏକ ପେଟ୍ରୋକେମିକାଲ୍‌ କମ୍ପ୍ଲେକ୍ସ ସ୍ଥାପନ କରିବ। କଂପାନି ଏହି ପ୍ରକଳ୍ପରେ ୬୧,୦୭୭ କୋଟି ଟଙ୍କା ନିବେଶ କରିବ। ଆଜି ଅନୁଷ୍ଠିତ କଂପାନିର ବୋର୍ଡ ବୈଠକରେ ଏହି ପ୍ରକଳ୍ପକୁ ନୀତିଗତ ମଞ୍ଜୁରି ପ୍ରଦାନ କରାଯାଇଛି। ପ୍ରକଳ୍ପ କାମ ଆଗକୁ ବଢ଼ାଇବା ଲାଗି ଆଗୁଆ ଯେଉଁ ସବୁ କାମ କରାଯିବ ଦରକାର ତାହା ଆରମ୍ଭ କରିବା ଲାଗି ବାଟ ଫିଛି। ଏହି କମ୍ପ୍ଲେକ୍ସକୁ ସ୍ଥାପନ କରିବା ସମ୍ପର୍କିତ ଡିଟେଲ୍‌ଡ ଫିଜିବିଲିଟି ରିପୋର୍ଟ ଏବେ ପ୍ରସ୍ତୁତ କରାଯାଇପାରିବ।

ଇଣ୍ଡିଆନ ଅଏଲ୍‌ ପକ୍ଷରୁ କୁହାଯାଇଛି ଯେ ଏହା ହେଉଛି ଗୋଟିଏ ସ୍ଥାନରେ କଂପାନିର ସର୍ବବୃହତ ପୁଞ୍ଜିନିବେଶ। ପୂର୍ବ ଭାରତକୁ ଆହୁରି ସମୃଦ୍ଧ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ଲକ୍ଷ୍ୟ ଅନୁସାରେ ଏହି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପ ଲାଗି ଓଡ଼ିଶା ସରକାର ପ୍ରଦାନ କରିଥିବା ପ୍ରୋତ୍ସାହନ ପ୍ୟାକେଜ୍‌କୁ କଂପାନି ପ୍ରଶଂସା କରିଛି। ପ୍ରକଳ୍ପରେ ପିଭିସି, ଫେନଲ୍‌, ଆଇପିଏ ଓ ପଲିମର ଭଳି ଉତ୍ପାଦ ଉତ୍ପାଦନ କରାଯିବ। ପ୍ଲାଷ୍ଟିକ୍, ଫାର୍ମା, ଏଗ୍ରୋକେମିକାଲ୍, ପର୍ସନାଲ୍ କେୟାର ଏବଂ ପେଣ୍ଟ୍‌ ଭଳି ଆନୁଷଙ୍ଗିକ ଶିଳ୍ପକୁ ଏହି ପ୍ରକଳ୍ପ ଆହୁରି ସମୃଦ୍ଧ କରିପାରିବ ବୋଲି କଂପାନି ଜଣାଇଛି। ଏହି ପ୍ରକଳ୍ପ ଇଣ୍ଡିଆନ ଅଏଲ୍‌କୁ ଏକ ବୃହତ ପେଟ୍ରୋକେମିକାଲ୍ କଂପାନିରେ ପରିଣତ କରିବ ଏବଂ ଇନ୍ଧନ ବ୍ୟବସାୟରେ ରହିଥିବା ବିପଦକୁ ହ୍ରାସ କରିବାରେ ସହାୟକ ହେବ। ଏହା ସ୍ଥାନୀୟ ଚାହିଦା ପୂରଣ କରିବା ସହ ଆମଦାନି ନିର୍ଭରଶୀଳତା କମ୍ କରିବ। ଓଡ଼ିଶା ଓ ପୂର୍ବ ଭାରତରେ ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପା‌ରାଦୀପରେ ପିସିପିଆଇଆର୍‌ ଓ ପ୍ଲାଷ୍ଟିକ୍ ପାର୍କ ଲାଗି ମଧ୍ୟ ଏହା ଉପଯୋଗୀ ସାବ୍ୟସ୍ତ ହେବ।

ପାରାଦୀପରେ ଇଣ୍ଡିଆନ ଅଏଲ୍‌ର ପାରାଦୀପ ବିଶୋଧନାଗାର ରହିଛି ଯାହା ୨୦୧୬ରେ କାର୍ଯ୍ୟକ୍ଷମ ହୋଇଥିଲା। ଏହି ବିଶୋଧନାଗାରର ତୈଳ ସ୍ଥାନୀୟ ଚାହିଦା ପୂରଣ କରୁଥିବା ବେଳେ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ସେଠାରୁ ରପ୍ତାନି କରିବାର ସୁବିଧା ରହିଛି। ଏହା ହେଉଛି ଏକ ବୃହତ ବିଶୋଧନାଗାର ଯାହା ବାର୍ଷିକ କ୍ଷମତା ହେଉଛି ୧୫ ନିୟୁତ ଟନ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe