ବଜ୍ରକାପ୍ତା ଚୋରା ଚାଲାଣ ଘଟଣା : ୧୦ ଅଭିଯୁକ୍ତଙ୍କୁ ୯ ଘଣ୍ଟା ଜେରା, ର‍୍ୟାକେଟରେ ଆହୁରି ୨୦ ସଂପୃକ୍ତ

Advertisment
ବଜ୍ରକାପ୍ତା ଚୋରାଚାଲାଣ ରାକେଟ୍‌ ଠାବ, ୬ ଅଟକ

Telegraph India

କଟକ/ଆଠଗଡ : ବଜ୍ରକାପ୍ତା ଚୋରା ଚାଲାଣରେ ସଂପୃକ୍ତ ୧୦ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଆଜି ମାରାଥନ ଜେରା କରିଛି ବନ ବିଭାଗ ଏବଂ ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋ। ଆଜି ପ୍ରାୟ ୯ ଘଣ୍ଟା ଧରି ଅଭିଯୁକ୍ତଙ୍କୁ ଜେରା କରାଯାଇଥିବା ବେଳେ ସେମାନେ ବହୁ ଚାଞ୍ଚଲ୍ୟକର ତଥ୍ୟ ଓଗାଳିଛନ୍ତି। ସେମାନଙ୍କ ସହିତ ଏହି ର‍୍ୟାକେଟରେ ଆହୁରି ୨୦ ଜଣ ସଂପୃକ୍ତ ଥିବା ଜଣାପଡ଼ିଛି। ଏହି ୨୦ ଜଣ ବିକ୍ଷିପ୍ତ ଭାବେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବଂ କେତେକ ରାଜ୍ୟ ବାହାରେ ଆତ୍ମଗୋପନ କରିଛନ୍ତି। ସେମାନଙ୍କୁ ଧରିବା ପାଇଁ ଏବେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏହି ର‍୍ୟାକେଟରେ କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପୃକ୍ତି ସନ୍ଦେହକୁ ମଧ୍ୟ ଏଡାଇ ଦିଆଯାଇ ପାରୁ ନାହିଁ।

ବଜ୍ରକାପ୍ତା ଚାଲାଣ ରୢାକେଟ ସଂପର୍କରେ ଖୋଳତାଡ଼ ପାଇଁ ଦୁଇ ଦିନ ହେଲା ଡବ୍ଲୁସିସିବି ଟିମ୍‌ ଆଠଗଡ଼ରେ ଡେରା ପକାଇଛନ୍ତି। ଆଜି ସକାଳ ୮ଟାରେ ଆଠଗଡ଼ ଜେଲରୁ ୧୦ ଜଣ ଅଭିଯୁକ୍ତଙ୍କୁ ଖୁଣ୍ଟୁଣୀ ରେଞ୍ଜର ଆଡାଳ ନର୍ସରୀକୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ନିଆଯାଇଥିଲା। ସେଠାରେ ଆଠଗଡ଼ ବନଖଣ୍ଡର ଖୁଣ୍ଟୁଣୀ ରେଞ୍ଜର ଆଡାଳ ନର୍ସରୀଠାରେ ଆଠଗଡ଼ ଡିଏଫ୍‌ଓ ସସ୍ମିତା ଲେଙ୍କା ଓ ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଜବଲପୁର ଶାଖା ଗୁଇନ୍ଦା ଅଧିକାରୀ ଦେବେନ୍ଦ୍ର ସିଂ ‌ରାଠୋରଙ୍କ ନେତୃତ୍ୱରେ  ଏକ ଟିମ୍ ଅଭିଯୁକ୍ତମାନଙ୍କୁ ଜେରା କରିଥିଲେ। ଜେରା ସମୟରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଥିବା ଶ୍ବଶୁର-ଜ୍ବାଇଁଙ୍କଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ବନବିଭାଗ ଓ  ଡବ୍ଲୁସିସିବି ଟିମ ତାର ତଦନ୍ତ ଆଗକୁ ନେବ। ଏହି ଚୋରା ଚାଲାଣକାରୀ ଅନ୍‌ଲାଇନର ବିଭିନ୍ନ ବ୍ୟବସାୟ ଭଳି ମୋବାଇଲରେ କୋଡିଂ ବ୍ୟବସ୍ଥା ମାଧ୍ୟମରେ ବିଦେଶକୁ ବଜ୍ରକାପ୍ତା, ବଜ୍ରକାପ୍ତା କାତି ଓ ମାଂସ ଚାଲାଣ କରୁଛନ୍ତି। ବଜ୍ରକାପ୍ତା କାତିରୁ ବିଭିନ୍ନ ରୋଗର ଔଷଧ, ବୁଲେଟ୍‌ ପ୍ରୁଫ୍‌ ଜାକେଟ୍ ତିଆରି ହେଉଥିବା ବେଳେ ଚୀନ, ମିଆଁମାର, ଭିଏତ୍‌ନାମକୁ ଏହା ଚାଲାଣ ହେଉଛି। ଆଜି ବାରଙ୍ଗ ଥାନା ରତାଗଡ଼ର ବିଭୂତି ଭୂଷଣ ସାହୁ, ଗୁରୁଡ଼ିଝାଟିଆ ସୁନିଆମୁହଁର ଆକାଶ ବେହେରା, ଖୁଣ୍ଟୁଣୀ ଡାବର ପଲ୍ଲୀର ସତିଆ ବେହେରା, ଆଠଗଡ଼ ଥାନା ଗୁଣ୍ଡିଚାପୁରର ରାଜୁ ଦେହୁରୀ, କୁଲାଇଲୋ ଗ୍ରାମର ପ୍ରଶାନ୍ତ ସେଠୀ, ହେମମାଳପୁରର ଅଶୋକ କୁମାର ଜେନା, ଚୌଦ୍ୱାର ନୂଆପାଟଣାର ଧ୍ରୁବଚରଣ ସାହୁ, ବିଶ୍ଵଜିତ ସାମଲ, ରତିକାନ୍ତ ବେହେରା ଓ ଆଶୁତୋଷ ସାହୁଙ୍କୁ ଜେରା କରାଯିବା ପରେ ଜେଲ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe