ଦିଲ୍ଲୀରୁ ପଶ୍ଚିମ ଓଡ଼ିଶା ଗୋଟିଏ ଦିନରେ ପହଞ୍ଚିବ ଚିଠି : ବିମାନ ଚଳାଚଳ ହେବା ପରେ ଝାରସୁଗୁଡ଼ାରେ ପହଞ୍ଚିଲା ଭାରତୀୟ ଡ଼ାକ ବିଭାଗର ପ୍ରଥମ ମେଲ୍

ଦିଲ୍ଲୀରୁ ପଶ୍ଚିମ ଓଡ଼ିଶା ଗୋଟିଏ ଦିନରେ ପହଞ୍ଚିବ ଚିଠି : ବିମାନ ଚଳାଚଳ ହେବା ପରେ ଝାରସୁଗୁଡ଼ାରେ ପହଞ୍ଚିଲା ଭାରତୀୟ ଡ଼ାକ ବିଭାଗର ପ୍ରଥମ ମେଲ୍

ଝାରସୁଗୁଡା : ଏଣିକି ଦିଲ୍ଲୀରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଗୋଟିଏ ଦିନରେ ମେଲ୍ ଆସି ପହଞ୍ଚିବ। ଦିଲ୍ଲୀରୁ ଝାରସୁଗୁଡ଼ା ବିମାନ ଚଳାଚଳ ହେବା ପରେ ଭାରତୀୟ ଡ଼ାକ ବିଭାଗର ପ୍ରଥମ ମେଲ୍ ବିମାନ ଯୋଗେ ଆସି ଆଜି ଝାରସୁଗୁଡ଼ା ଠାରେ ପହଞ୍ଚିବା ପରେ ଚିଠି ଗୁଡ଼ିକ ସେହି ଦିନ କିମ୍ବା ପର ଦିନ ଗ୍ରାହକଙ୍କ ପାଖରେ ପହଞ୍ଚି ପାରିବ ବୋଲି କୁହାଯାଇଛି। ଆଜି ଦିଲ୍ଲୀରୁ ବିମାନ ଆସି ଝାରସୁଗୁଡ଼ାରେ ପହଞ୍ଚିବା ପରେ ଏଥିରେ ୩୩ ଗୋଟି ସ୍ପିଡ୍ ପୋଷ୍ଟ ବ୍ୟାଗ୍ ଓ ୨ ଗୋଟି ଅର୍ଡ଼ିନେରୀ ବ୍ୟାଗ୍‌ ଡାକ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିଲା। ପୂର୍ବରୁ ଏହି ମେଲ୍ ବ୍ୟାଗ୍ ଗୁଡ଼ିକ ଦିଲ୍ଲୀରୁ ଭୁବନେଶ୍ୱର ଆସି ସେଠାରୁ ତପସ୍ୱିନୀ ଏକ୍ସପ୍ରେସ୍‌ ଯୋଗେ ଏଠାକୁ ଆସୁଥିଲା। ଫଳରେ ଗ୍ରାହକମାନଙ୍କୁ ବଣ୍ଟନ କରିବାରେ ଗୋଟିଏ ଦିନ ବିଳମ୍ବ ହେଉଥିଲା।

publive-image

ଏବେ ବିମାନରେ ସିଧାସଳଖ ଝାରସୁଗୁଡ଼ା ମେଲ୍ ବ୍ୟାଗ୍‌ ଆସିବା ପରେ ଏହି ଚିଠି ଗୁଡ଼ିକ ରାଉରକେଲା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ଭବାନୀପାଟଣା, ଦେବଗଡ଼ ପ୍ରଭୃତି ଜିଲ୍ଲାକୁ ଚିଠି ପହଞ୍ଚିବାରେ ଆଉ ବିଳମ୍ବ ହେବନାହିଁ ବୋଲି କହିଛନ୍ତି ଝାରସୁଗୁଡ଼ା ପୋଷ୍ଟ ମାଷ୍ଟର ଥଣ୍ଡାରାମ ପ୍ରଧାନ। ଆଜି ମେଲ୍ ଗ୍ରହଣ ବେଳେ ସୁନ୍ଦରଗଡ଼ ପୋଷ୍ଟାଲ ସୁପରିନ୍‌ଟେଣ୍ଡେଣ୍ଟ ମନୋଜ କୁମାର ନାଏକ ଓ ଝାରସୁଗୁଡ଼ା ଆର୍ଏମ୍ଏସ୍ ସୁପରିନ୍‌ଟେଣ୍ଡେଣ୍ଟ ମଧୁ ମିର୍ଦ୍ଧା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe