ଓଡ଼ିଶାରେ ୧୦୦% ବିଦ୍ୟୁତୀକରଣ ସମ୍ପୂର୍ଣ୍ଣ କଲା ଭାରତୀୟ ରେଳପଥ

ଝଡ଼ତୋଫାନରେ ଟ୍ରାକ୍‌ସନ ତାର ଛିଣ୍ଡିଲା, ୨ ଘଣ୍ଟା ରେଳ ଚଳାଚଳ ବ୍ୟାହତ

NewsBytes

ଭୁବନେଶ୍ବର : ୨୦୩୦ ସୁଦ୍ଧା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ ଦିଗରେ ଭାରତୀୟ ରେଳପଥ ପ୍ରୟାସ ଜାରି ରଖିଛି। ଏହିକ୍ରମରେ ଓଡ଼ିଶାର ସମସ୍ତ ବ୍ରଡ୍‌ଗଜ୍ ରେଳ ଲାଇନର ଶହେ ପ୍ରତିଶତ ବିଦ୍ୟୁତୀକରଣ ଶେଷ ହୋଇଛି। ବର୍ତ୍ତମାନ ୨,୮୨୨ ରୁଟ୍ କିଲୋମିଟର ବ୍ରଡ୍‌ଗଜ୍ ନେଟୱର୍କ ରହିଛି, ଯାହାର ୧୦୦% ବିଦ୍ୟୁତୀକରଣ ସରିଛି।

ଏହାଦ୍ୱାରା ଲାଇନ୍ ହଲ୍ ଖର୍ଚ୍ଚ ପ୍ରାୟ ଅଢ଼େଇ ଗୁଣ ହ୍ରାସ ପାଇବ। ହଲେଜ୍ କ୍ଷମତା ଅଧିକ ହେବା ସହ ସେକ୍ସନ କ୍ଷମତା ବୃଦ୍ଧି ପାଇବ, ଇଲେକ୍ଟ୍ରିକ୍‌ ଲୋକୋର ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ କମିବ, ପରିବେଶ ଅନୁକୂଳ ପରିବହନ ମାଧ୍ୟମ ମିଳିବା ସହିତ ଅଶୋଧିତ ତୈଳ ଉପରେ ଆମଦାନୀ ହ୍ରାସ ପାଇବ, ଯାହାକି ବିଦେଶୀ ମୁଦ୍ରା ସଞ୍ଚୟରେ ସହାୟକ ହେବ। ଆହୁରି ମଧ୍ୟ ରେଳପଥର ୧୦୦% ବିଦ୍ୟୁତୀକରଣ ନେଟୱର୍କ ନୀତି ଅନୁରୂପ ନୂଆ ବ୍ରଡ୍‌ଗଜ୍ ନେଟୱର୍କକୁ ବିଦ୍ୟୁତୀକରଣ ସହ ମଞ୍ଜୁରି ଦିଆଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe