ସ୍ପେସାଲ୍‌ ଟ୍ରେନ୍‌ ପାଇଁ ଅଗ୍ରୀମ ରିଜର୍ଭେସନ୍ ସମୟସୀମା ୩୦ ଦିନରୁ ୧୨୦ ଦିନକୁ ବୃଦ୍ଧିକଲା ଭାରତୀୟ ରେଳବାଇ

ସ୍ପେସାଲ୍‌ ଟ୍ରେନ୍‌ ପାଇଁ ଅଗ୍ରୀମ ରିଜର୍ଭେସନ୍ ସମୟସୀମା ୩୦ ଦିନରୁ ୧୨୦ ଦିନକୁ ବୃଦ୍ଧିକଲା ଭାରତୀୟ ରେଳବାଇ

Image Source: Zee News

ନୂଆଦିଲ୍ଲୀ: ସ୍ପେସାଲ୍‌ ଟ୍ରେନ୍‌ର ଅଗ୍ରୀମ ରିଜର୍ଭେସନ୍ ସମୟସୀମା ୩୦ ଦିନରୁ ୧୨୦ ଦିନକୁ ବୃଦ୍ଧି କରିବାକୁ ରେଳ ମନ୍ତ୍ରାଳୟ ଘୋଷଣା କରିଛି। ଏହି ୨୩୦ଟି ସ୍ପେସାଲ୍ ଟ୍ରେନ୍‌ରେ ପାର୍ସଲ୍ ଓ ଲଗେଜ୍ ବୁକିଙ୍ଗ୍ ପାଇଁ ଅନୁମତି ମିଳିବ।

ଭାରତୀୟ ରେଳବାଇର ଏହି ସଂଶୋଧିତ ନିର୍ଦେଶାବଳୀ ମେ ୧୨ ତାରିଖରୁ ପୁନଃ ଚଳାଚଳ ଆରମ୍ଭ କରିଥିବା ୩୦ଟି ରାଜଧାନୀ ଭଳି ଟ୍ରେନ୍ ଏବଂ ଜୁନ୍‌ ୧ରୁ ଚଳାଚଳ ଆରମ୍ଭ କରିବାକୁ ଥିବା ୨୦୦ ସ୍ପେସାଲ୍ ମେଲ୍ ଏକ୍ସପ୍ରେସ୍ ପାଇଁ ଲାଗୁହେବ।

ଉପରୋକ୍ତ ପରିବର୍ତ୍ତନ ମେ ୩୧ ତାରିଖ ଟ୍ରେନ୍ ବୁକିଙ୍ଗ୍ ସମୟ ସକାଳ ୮ଟାରୁ ଲାଗୁ ହେବ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଦେଶର ବିଭିନ୍ନ ପ୍ରାନ୍ତରେ ଅଟକି ଥିବା ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକମାନଙ୍କ ପରିବହନ ନିମନ୍ତେ ରେଳବାଇ ଶ୍ରମିକ ସ୍ପେସାଲ୍ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି। ମେ ୨୫ ତାରିଖ ସୁଦ୍ଧା ୩୦୦୦ରୁ ଅଧିକ ଶ୍ରମିକ ସ୍ପେସାଲ୍‌ ଟ୍ରେନ୍‌ରେ ୪୦ ଲକ୍ଷ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳ ଅଭିମୁଖେ ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe