ସୋଆରେ ହେବ ଭାରତୀୟ ବିଶ୍ବବିଦ୍ୟାଳୟ ସଂଘର ବାର୍ଷିକ ସମ୍ମିଳନୀ

ଯୋଗ ଦେବେ ୨୦୦ କୁଳପତି, ନିର୍ଦ୍ଦେଶକ

ବିଶ୍ୱର ଶ୍ରେଷ୍ଠ ୨ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୧୬ ଗବେଷକ

ଭୁବନେଶ୍ବର : ଭାରତୀୟ ବିଶ୍ବବିଦ୍ୟାଳୟ ସଂଘ(ଏଆଇୟୁ)ର ୯୩ତମ ବାର୍ଷିକ ସମ୍ମିଳନୀ ଆସନ୍ତା ୧୬ ତାରିଖରୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେବ। ଏହା ତିନି ଦିନ ଧରି ଚାଲିବ। ଏଥିରେ ଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟ ତଥା ଉଚ୍ଚଶିକ୍ଷା ପ୍ରତିଷ୍ଠାନର ପ୍ରାୟ ୨୦୦ କୁଳପତି ଓ ନିର୍ଦ୍ଦେଶକ ଯୋଗ ଦେଇ ଦେଶର ଉଚ୍ଚଶିକ୍ଷାର ଭବିଷ୍ୟତ ସମ୍ପର୍କରେ ଅଧିକ ତର୍ଜମା ଓ ବିଶ୍ଳେଷଣ କରିବେ।

ସମ୍ମିଳନୀର ଥିମ୍ ରହିଛି ‘ଉତ୍କର୍ଷତା ପାଇଁ ସ୍ବାୟତ୍ତତା’। ଏଥିରେ ବିଭିନ୍ନ ଦେଶର କୂଟନୀତିଜ୍ଞ, ବିଦେଶୀ ଏକାଡେମିକ ସଂସ୍ଥାର ମୁଖ୍ୟ, ବିଶ୍ବ ବ୍ୟାଙ୍କ ପ୍ରତିନିଧି ଓ ଅନ୍ୟାନ୍ୟ ଆନ୍ତର୍ଜାତିକ ସ୍ତରର ଶିକ୍ଷାବିତ ଯୋଗ ଦେବେ। ଏହି ଅବସରରେ ଜାତୀୟ ଆଲୋଚନଚକ୍ର ଅନୁଷ୍ଠିତ ହେବ।

ଭାରତର ସମସ୍ତ ବିଶ୍ବବିଦ୍ୟାଳୟ ଏଆଇୟୁର ସଦସ୍ୟ ଅଛନ୍ତି। ଏହାର ବାର୍ଷିକ ସମ୍ମିଳନୀରେ ଦେଶର ଶିକ୍ଷାବିତ୍‌ମାନେ ଏକାଠି ହୋଇ ଉଚ୍ଚଶିକ୍ଷାର ଭବିଷ୍ୟତକୁ ନେଇ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଥା’ନ୍ତି। ସମସ୍ତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ରାଜ୍ୟ ବିଶ୍ବବିଦ୍ୟାଳୟ, ଡିମ୍‌ଡ୍ ଟୁ ବି ବିଶ୍ବିଦ୍ୟାଳୟ, ବେସରକାରୀ ବିଶ୍ବବିଦ୍ୟାଳୟ, ବୈଷୟିକ ବିଶ୍ବବିଦ୍ୟାଳୟ ଓ ଅନ୍ୟାନ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ସାମିଲ ହୋଇଥା’ନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe