ସ୍ୱଦେଶୀ ଟିକା ଆତ୍ମନିର୍ଭର ଭାରତରେ ସବୁଠୁ ବଡ଼ ଅଧ୍ୟାୟ: ଧର୍ମେନ୍ଦ୍ର

Advertisment

ଅପପ୍ରଚାର ଠାରୁ ଦୁରେଇ ରହିବାକୁ ପରାମର୍ଶ

ଅପପ୍ରଚାର ଠାରୁ ଦୁରେଇ ରହିବାକୁ ପରାମର୍ଶ

ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ ଲାଗୁ କରାଯାଉ: ଧର୍ମେନ୍ଦ୍ର

Scroll.in

ଭୁବନେଶ୍ୱର : କରୋନା ମହାମାରୀର ସଙ୍କଟକୁ ସୁଯୋଗରେ ପରିଣତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସ୍ୱଦେଶୀ ଟିକା ପ୍ରସ୍ତୁତ କରି ସମଗ୍ର ବିଶ୍ୱ ସାମ୍ନାରେ ନିଜର ସାମର୍ଥ୍ୟ ଏବଂ ଅପାର ଶକ୍ତିର ପରିଚୟ ଦେଇଛି। ଆତ୍ମନିର୍ଭର ଭାରତର ଏହା ସବୁଠୁ ବଡ଼ ଅଧ୍ୟାୟ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଦେଶରେ ବିଶ୍ୱର ସବୁଠୁ ବଡ ଟିକାକରଣ ଅଭିଯାନ ଆରମ୍ଭ ହେବା ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କରୋନା ମହାମାରୀ ବିରୋଧରେ ମାନବ ଜାତିର ଲଢ଼େଇରେ ଆଜିର ଦିନ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱ ଇତିହାସ ପାଇଁ ଏକ ଅଦ୍ଭୁତପୂର୍ବ କ୍ଷଣ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଣ୍ଣାୟକ ନେତୃତ୍ୱରେ କରୋନାକୁ ସମାପ୍ତ କରିବା ପାଇଁ ଆଜି ଦୁନିଆର ସବୁଠୁ ବଡ଼ ଟିକାକରଣ ଅଭିଯାନ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଦେଶର ୩ କୋଟି ଲୋକଙ୍କୁ ଓ ଦ୍ୱିତୀୟ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଏହି ଟିକା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ା ଓଡ଼ିଶା ସମେତ ଭାରତବର୍ଷରେ କରୋନା ଟିକାକରଣର ଠିକ୍ କ୍ରିୟାନ୍ୱୟନ ହେବ ବୋଲି ମୋର ବିଶ୍ୱାସ। ଆମର ବୈଜ୍ଞାନିକ ତଥା ସ୍ୱାସ୍ଥ୍ୟକର୍ମୀଙ୍କ ନିରନ୍ତର ଉଦ୍ୟମରେ ଦେଶ ଆଜି ଏକ କୀର୍ତିମାନ ରଚିବାକୁ ଯାଉଛି। ସେହିପରି ଟିକା ଉତ୍ପାଦନ କ୍ଷେତ୍ରରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିବ। କରୋନା ସଙ୍କଟ ଏ ପର୍ଯ୍ୟନ୍ତ ଶେଷ ହୋଇ ନ ଥିବା ବେଳେ ସମସ୍ତେ ସତର୍କ ରହିବା ସହ ଭାରତ ସରକାରଙ୍କ କୋଭିଡ୍ ନିୟମ ପାଳନ କରିବା ଓ ଅପପ୍ରଚାର ଠାରୁ ଦୂରେଇ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe