କୋଲକାତାରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

Advertisment
କୋଲକାତାରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ଭୁବନେଶ୍ବର : ଆଜି ଅପରାହ୍ନରେ ନୂଆଦିଲ୍ଲୀରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନ ଖରାପ ପାଗ ଯୋଗୁଁ କୋଲକତାରେ ଜରୁରୀକାଳୀନ ଅବତରଣ କରିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଇଣ୍ଡିଗୋ ପକ୍ଷରୁ କୁହାଯାଇଛି। ଭୁବନେଶ୍ବରରେ ପାଗ ଠିକ୍‌ ହେବା ପରେ ବିମାନଟି ବିଳମ୍ବିତ ରାତିରେ କୋଲକତାରୁ ଭୁବନେଶ୍ବର ଅଭିମୁଖେ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ଇଣ୍ଡିଗୋ ବିମାନ ୬ଇ୨୨୧୧ ଅପରାହ୍ନ ୪ଟାରେ ଦିଲ୍ଲୀରୁ ଭୁବନେଶ୍ବର ଅଭିମୁଖେ ବାହାରିଥିଲା। କିନ୍ତୁ ସଂଧ୍ୟା ୬ଟା ପାଖାପାଖି ଏହା ଭୁବନେଶ୍ବରରେ ଅବତରଣ କରିବା ପୂର୍ବରୁ ହଠାତ୍‌ ଘୂର୍ଣ୍ଣିଝଡ଼ ହେବାରୁ ବିମାନ ଅବତରଣ ପାଇଁ ଏଟିସି ଅନୁମତି ଦେଇନଥିଲା। ଏହାପରେ ବିମାନଟି କୋଲକତା ଅଭିମୁଖେ ପଳାଇଥିଲା। ଏଥିରେ ୧୫୦ରୁ ଅଧିକ ଯାତ୍ରୀ ଥିବାବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe