ଝାରସୁଗୁଡ଼ା ବିମାନବନ୍ଦରରୁ ଉଡ଼ିବ ଇଣ୍ଡିଗୋ ବିମାନ

ଇଣ୍ଡିଗୋ ବିମାନରେ ଯାତ୍ରୀ ଗୁରୁତର, ଜରୁରୀ ଅବତରଣ ପରେ ମୃତ୍ୟୁ

Image Courtesy of India Today

ଝାରସୁଗୁଡ଼ା : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡ଼ିବ ଇଣ୍ଡିଗୋ ବିମାନ। କମ୍ପାନି ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ ସଂପର୍କରେ ବିମାନବନ୍ଦର ନିର୍ଦେଶକ ପବନ କୁମାର ଯୁତ୍‌ସୀ ଜଣାଇଛନ୍ତି। ଏନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇ ନଥିଲେ ମଧ୍ୟ ଆସନ୍ତା ଗ୍ରୀଷ୍ମ ଋତୁରେ କମ୍ପାନି ତାର ସେବା ଆରମ୍ଭ କରିପାରେ ବୋଲି ନିର୍ଦେଶକ ଶ୍ରୀ ଯୁତସୀ ସୂଚନା ଦେଇଛନ୍ତି। ଇଣ୍ଡିଗୋ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବାଙ୍ଗାଲୋର ଉଡାଣ ପାଇଁ ସ୍ଲଟ୍‌ ପୂରଣ କରି ଦେଇଥିବା ଜଣାଯାଇଛି। ଝାରସୁଗୁଡ଼ା ବିମାନବନ୍ଦରରୁ ସ୍ପାଇସ ଓ ଏଲାଏଞ୍ଜ ଏୟାର ସେବା ଯୋଗାଇ ଆସୁଛି। ଇଣ୍ଡିଗୋ ସେବା ଆରମ୍ଭ ହେଲେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ଗୁରୁତ୍ୱ ବୃଦ୍ଧି ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe