ବିମାନଯାତ୍ରୀଙ୍କୁ ହୃଦ୍‌ଘାତ, ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

Advertisment
ବିମାନଯାତ୍ରୀଙ୍କୁ ହୃଦ୍‌ଘାତ, ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ଭୁବନେଶ୍ୱର: କୋଲକାତାରୁ ବେଙ୍ଗାଲୁର ଯାଉଥିବା ଏକ ଇଣ୍ଡିଗୋ ବିମାନ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। ଜଣେ ୩୨ ବର୍ଷୀୟ ଯାତ୍ରୀ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଇଣ୍ଡିଗୋ ବିମାନ କର୍ତ୍ତୃପକ୍ଷ ଜରୁରି ଅବତରଣ ପାଇଁ ଭୁବନେଶ୍ୱର ବିମାନବନ୍ଦରର ଏ ଟି ସିଙ୍କ ସହିତ ଯୋଗାଯୋଗ କରିଥିଲେ। ଏ ଟି ସିଙ୍କ ଠାରୁ ସିଗ୍‌ନାଲ ପାଇବା ପରେ ସକାଳ ୧୧ଟା ୧୫ ମିନିଟ୍‌ରେ ଇଣ୍ଡିଗୋର ଏହି ୮୨୨ ବିମାନଟି ଅବତରଣ କରିଥିଲା। ଅବତରଣ କରିବା ମାତ୍ରେ ସମ୍ପୃକ୍ତ ଯାତ୍ରୀଙ୍କୁ ବିମାନ ବନ୍ଦରରେ ହିଁ ଜରୁରୀ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ସହିତ ଡାକ୍ତରଙ୍କ ନିରିକ୍ଷଣରେ କ୍ୟାପିଟାଲ ହସ୍‌ପିଟାଲକୁ ପଠାଯାଇଛି।

ତେବେ ସର୍ବଶେଷ ରିପୋର୍ଟ ଅନୁଯାୟୀ, ସମ୍ପୃକ୍ତ ଯାତ୍ରୀଙ୍କ ହୃଦସ୍ପନ୍ଦନ ବନ୍ଦ ଥିବା ବେଳେ ନାଡ଼ି ମଧ୍ୟ ଚାଲୁ ନାହିଁ। ତାଙ୍କ ଆଖିର ଡୋଳା ମଧ୍ୟ ଆଲୋକକୁ ରେସପଣ୍ଡ କରୁ ନ ଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି। ଏହାପରେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ନାମ ରାଜକୁମାର କର୍ମକାର ଓ ତାଙ୍କ ଘର ପଶ୍ଚିମବଙ୍ଗର ମାଲଦା .ବୋଲି ଜଣାପଡ଼ିଛି। ସେ ଅସୁସ୍ଥ ଥିଲେ ଓ ଚିକିତ୍ସା ଲାଗି ବେଙ୍ଗାଲୁର ଯାଉଥିବା ତାଙ୍କ ସଂପର୍କିୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe