ଭୁବନେଶ୍ବର : ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀଙ୍କ ୩୪ତମ ଶ୍ରାଦ୍ଧ ଦିବସକୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସ˚କଳ୍ପ ଦିବସ ଭାବେ ପାଳନ କରିଛି। ଏହି ସମାରୋହରେ ସମବେତ ଜନତାଙ୍କୁ ରାଷ୍ଟ୍ରୀୟ ସ˚କଳ୍ପ ଶପଥପାଠ କରାଇ ଇନ୍ଦିରାଜୀଙ୍କ ତ୍ୟାଗପୂତ ଜୀବନୀ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ବାନ ଦେଇଥିଲେ। ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତି ସାଧାରଣ ସମ୍ପାଦକ ତଥା ପିସିସି କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ସ˚ଯୋଜନାରେ ଅନୁଷ୍ଠିତ ଏହି ସଭାରେ ସ୍ମୃତି ସମିତି ଅଧ୍ୟକ୍ଷ ସୁରେଶ କୁମାର ରାଉତରାୟ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ମହିଳା କ˚ଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା, ପୂର୍ବତନ ମନ୍ତ୍ରୀ ରବିନ୍ଦ୍ର କୁମାର ସେଠୀ, ସମୀର କୁମାର ରାଉତରାୟ, ଶିବାନନ୍ଦ ରାୟ ପ୍ରମୁଖ ଉଦ୍ବୋଧନ ଦେଇଥିଲେ। ଏହି ଅବସରରେ ପ୍ରତ୍ୟୁଷରୁ ସ୍ବର୍ଗତା ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟାର୍ପଣ, ରାମଧୁନ୍, ଭଜନ ପରିବେଷଣ, ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ପରେ କ୍ୟାପିଟାଲ ହସ୍ପିଟାଲସ୍ଥିତ ଅେନ୍ତବାସୀ ରୋଗୀମାନଙ୍କ ଆଶୁ ଆରୋଗ୍ୟ କାମନା କରି ସେମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us