ସୂଚନା ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଇନ୍ଦ୍ରମଣି ତ୍ରିପାଠୀଙ୍କ ଦାୟିତ୍ବ ଗ୍ରହଣ

ଶୃଙ୍ଖଳା, ନିଷ୍ଠା ଓ ଅଭିନବତ୍ବ ଉପରେ ଗୁରୁତ୍ବ

ସୂଚନା ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଇନ୍ଦ୍ରମଣି ତ୍ରିପାଠୀଙ୍କ ଦାୟିତ୍ବ ଗ୍ରହଣ

ଭୁବନେଶ୍ବର : ଗୁରୁବାର ସୂଚନା ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ବରିଷ୍ଠ ଓଏଏସ୍‌ ଅଧିକାରୀ ଇନ୍ଦ୍ରମଣି ତ୍ରିପାଠୀ ଦାୟିତ୍ବ ଗ୍ରହଣ କରିଛନ୍ତି। ଦାୟିତ୍ବ ଗ୍ରହଣ ପରେ ବିଭାଗକୁ ଅଧିକ କ୍ରିୟାଶୀଳ ଓ ସୂଚନା ପ୍ରଦାନ କ୍ଷେତ୍ରରେ ଆଧୁନିକ ଜ୍ଞାନ କୌଶଳ ଉପଯୋଗ କରି ସର୍ବଦା ଆଗୁଆ ରହିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି।

ଗୁରୁବାର ପୂର୍ବାହ୍ନରେ ଶ୍ରୀ ତ୍ରିପାଠୀ କାର୍ଯ୍ୟରେ ଯୋଗ ଦେଇ ଅଧିକାରୀମାନଙ୍କ ସହିତ ବିଭାଗର ବିଭିନ୍ନ କାର୍ଯ୍ୟାବଳୀ ସମ୍ପର୍କରେ ସବିଶେଷ ଆଲୋଚନା କରିଛନ୍ତି। ଏହାସହିତ ଲୋକସମ୍ପର୍କ ବିଭାଗର ବିଭିନ୍ନ ବିଭାଗ ପରିଦର୍ଶନ କରିଥିଲେ। ସୂଚନା ବିତରଣରେ ଅଧିକ ବିଶ୍ବସନୀୟତା ଓ ଅଭିନବତ୍ବ ଆଣିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ ଶୃଙ୍ଖଳା ଓ ନିଷ୍ଠା ନେଇ କର୍ମଚାରୀମାନଙ୍କୁ ସେ ପରାମର୍ଶ ଦେଇଛନ୍ତି। ଲୋକସମ୍ପର୍କ ଭବନରେ ଶ୍ରୀ ତ୍ରିପାଠୀଙ୍କୁ ବିଭାଗର ଯୁଗ୍ମ ସଚିବ ବିଷ୍ଣୁପ୍ରିୟା ସାହୁ, ଯୁଗ୍ମ ନିର୍ଦ୍ଦେଶକ ପ୍ରମୋଦ କୁମାର ମଲ୍ଲିକ ଓ ସୁରେନ୍ଦ୍ର ପରିଡ଼ାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ''

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe