ଇଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହଶହ ହେକ୍ଟର ଚାଷ ଜମି ଜଳମଗ୍ନ

ଇଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହଶହ ହେକ୍ଟର ଚାଷ ଜମି ଜଳମଗ୍ନ

ଧର୍ମଗଡ଼: କଳାହାଣ୍ଡି  ଇଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ। କଲମପୁର ବ୍ଲକ ଦେପୁର ନିକଟରେ ୨୦ ଫୁଟ ଘାଇ ସୃଷ୍ଟି ହୋଇଛି। ଫଳରେ ଗାଁ ଭିତରେ କେନାଲ ପାଣି ପଶିଯାଇଛି। ଲୋକଙ୍କ ଘରେ ମଧ୍ୟ ପାଣି ପଶିଯାଇଛି। କେନାଲରେ ଘାଇ ସୃଷ୍ଟି ହେବା ଯୋଗୁ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି।

ଇନ୍ଦ୍ରାବତୀ ଦକ୍ଷିଣ କେନାଲ କଲମପୁର ବ୍ଲକ ଦେପୁର ଗାଁ ନିକଟରେ ଭୁଶୁଡ଼ିଲା ମୁଖ୍ୟ କେନାଲ। ୨୦ ଫୁଟର ଘାଇ ହେବା ଫଳରେ ଜଳମଗ୍ନ ହୋଇଛି ଦେପୁର ଗାଁ। ଘରେ ଘରେ ପାଣି ପଶି ଘର ସାମଗ୍ରୀ, ଆସବାବପତ୍ର ନଷ୍ଟ ସହିତ ରାସ୍ତା ଉପରେ ଚାଲିଛି ୫ ଫୁଟ ପାଣି। ରାତିରେ ସମସ୍ତେ ଘରେ ଶୋଇଥିବା ବେଳେ ଭାଙ୍ଗିଲା କେନାଲ ଗାଁରେ ପାଣି ପଶିବା ପରେ ଲୋକେ ଜାଣି ଘରୁ ବାହାରିଥିଲେ। ଅନେକ ଲୋକଙ୍କ ଘରେ ପାଣି ପଶିଯିବା ଫଳରେ ଘର ଆଜବେଷ୍ଟସ ଭାଙ୍ଗି ଘରୁ ବାହାରକୁ ବାହାରିଥିବା କହିଛନ୍ତି ଲୋକେ। ପ୍ରଶାସନ ଏ ପର୍ଯ୍ୟନ୍ତ ପହଞ୍ଚି ନଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe