ନବରଙ୍ଗପୁର: ଇନ୍ଦ୍ରାବତୀ ନଦୀ ମରିବା ଅବସ୍ଥା‌ରେ। ନଦୀର ମଧ୍ୟ ଭାଗ ଓ ବାଲିପଟାର ଉଭୟ ପାର୍ଶ୍ବରୁ  ନିୟମିତ ଭାବେ ବିନା ରୟାଲିଟିରେ ବାଲି ଚୋରା ଚାଲାଣ ହେଉଛି। ଦିନକୁ ଶହେ ଟ୍ରାକ୍ଟର ବାଲି ଚାଲାଣ ହେଉଛି। ନଦୀ ନାଳ ପରି ପାଣି ଯାଉଛି। କାଶତଣ୍ଡି ଗଛ ଓ ଫୁଲରେ ଭରି ଗଲାଣି ନଦୀ।  ଖଣି ବିଭାଗ ଦାୟିତ୍ବ ନେବାର ଏତେ ମାସ ପରେ ବି ଜିଲ୍ଲାର ସୀମାନ୍ତ କେଉଁ ଯାଏଁ ରହିଛି ତାହା ସ୍ପଷ୍ଟ ଭାବେ ଜାଣି ପାରୁନି। ଏହାର ସୁଯୋଗରେ ବ୍ୟାପକ ବାଲି ଚାଳାଣ ହେଉଛି।

Advertisment

ଜିଲ୍ଲାର ପ୍ରମୁଖ ନଦୀ ଇନ୍ଦ୍ରାବତୀରୁ ପ୍ରତ୍ୟେକ ଦିନ ବାଲି ଚାଳାଣ ପରେ ନଦୀର ଅବସ୍ଥା ପୂର୍ବଭଳି ନାହିଁ। ଆଗରୁ କାଶ ତଣ୍ଡି କ’ଣ ଜାଣି ନଥିବା ନଦୀରେ ଏବେ ଏହା ଭରିଗଲାଣି। ନଦୀ ପାର୍ଶ୍ବରେ ଥିବା ଜିଲ୍ଲା ସଦର ମହକୁମା ନବରଙ୍ଗପୁର କ୍ରମ ବଦ୍ଧିଷ୍ଣୁ  ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ:25th Nimapara Festival: ଆମେ ସମସ୍ତେ ଗୋଟେ ପରିବାର ସମସ୍ତେ ବାନ୍ଧି ହୋଇ ରହିବା: ଖଣିମନ୍ତ୍ରୀ

ଜନସଂଖ୍ୟା ବଢ଼ିବା ଏବଂ ଜିଲ୍ଲାରେ ଭାରତ ମାଳା ରାସ୍ତା, ମେଗା ଜଳଯୋଗାଣ ପ୍ରକଳ୍ପ, ୧୮ଟି ବ୍ୟାଙ୍କ, ୨୦ଟି ଅର୍ଥଲଗାଣକାରୀ ସଂସ୍ଥା ଆଦି ଆସିବା ପରେ ଘର ସଂଖ୍ୟା ବି ବଢ଼ିଛି। ଘର ନିର୍ମାଣ ପାଇଁ ଆବଶ୍ୟକ ପଡୁଥିବା ବାଲି ସବୁ ଇନ୍ଦ୍ରାବତୀ ନଦୀରୁ ଯାସୁଛି। କେବଳ ସାନଡାଇଭଟା ନିକଟ ଦେଇ ପ୍ରବାହିତ ନଦୀରୁ ହିଁ ନୁହେଁ। ଏହା ବାଦେ ନନ୍ଦାହାଣ୍ଡି ବ୍ଲକ, ନବରଙ୍ଗପୁର ବ୍ଲକର ବିଭିନ୍ନ ଗାଁ ନିକଟ ଦେଇ ଯାଇଥିବା ନଦୀରୁ ବାଲି ଚାଲାଣ ଚାଳିଛି। ଇନ୍ଦ୍ରାବତୀ ନଦୀ ପଠାରୁ ବାଲି ଉଠିବା ପରେ ପାଣି ଆଉ ନଦୀରେ ଜମାହୋଇ ନ ରହି  ନଦୀ ଶୁଖି  ଯାଉଛି।

ନାମକୁ ମାତ୍ର ପାଣି ନାଳ ଆକାରରେ ପ୍ରବାହିତ ହେଉଛି। ବର୍ଷା ଆସିଲେ ବନ୍ୟା ସୃଷ୍ଟି କରିବା ସମ୍ଭାବନା ସୃଷ୍ଟି କରୁଥିବା ନଦୀ ଏସମୟରେ ନାଳ ପାଲଟୁଛି।  ଏସବୁ ଜାଣି ଖଣି ବିଭାଗ ନିରବ। ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ସମୀକ୍ଷା ବୈଠକ ଓ କୋଷାଗୁମୁଡା ବ୍ଲକର ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀ ପଟାକୁ ଯାଇ ବାଲି ଚୋରା ଚାଳାଣ ରୋକିବାକୁ ବି ନିର୍ଦ୍ଦେଶ ଦେଇଥିଲେ। ବିଧାୟକ ଗୌରୀଶଙ୍କର ମାଝୀ  ନିଜେ ଯାଇ ବାଲି ଚୋରୀ ରୋକିଲେ। ଏହାବାଦେ ବି ଇନ୍ଦ୍ରାବତୀ ନଦୀ ମଧ୍ୟରୁ ବାଲି ଚୋରୀ ଦିନକୁ ଦିନ ବଢ଼ିବାରେ ଲାଗିଛି।

ଦିନ ଦ୍ବିପହରରେ ଶତାଧିକ ଟ୍ରାକ୍ଟରରେ ବାଲି ଚାଲାଣ ହେଉଥିଲେ ବି ଖଣି, ପୁଲିସ୍ କିମ୍ବା ରାଜସ୍ବ ବିଭାଗର ନିଦ ଭାଙ୍ଗୁନି।ଏପେଟ ରାଜ୍ୟସରକାର ଖଣିଚୋରୀକୁ ରୋକିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ବାରମ୍ବାର କଡା ତାଗଦ୍ ସତ୍ତ୍ବେ ଖଣିବିଭାଗ କାହିଁକି ଅଖିଦୃଷ୍ଟିଆ ପଦକ୍ଷେପ ନେଉନାହାନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ସୀମାକୁ ନେଇ  ଖଣିବିଭାଗ ଅଡୁଆରେ

ଆହୁରି ପଢ଼ନ୍ତୁ:Siv Kumar Meet Kharge: ପୁଣି ତେଜିବ କି କର୍ଣ୍ଣାଟକ କଳି! ଖଡ଼ଗେଙ୍କୁ ଭେଟିଲେ ଶିବକୁମାର

ସୀମାକୁ ନେଇ ସନ୍ଦେହରେ ରହିଥିବା  କନିଷ୍ଠ ଖଣି ଅଧିକାରୀ ଆଦିତ୍ୟ ଆଚାର୍ଯ୍ୟ  କହିଛନ୍ତି। ପୂର୍ବରୁ ତାଗଦ୍ ସତ୍ବେ ନେଉଛନ୍ତି, ତେବେ ଚଢ଼ାଉ କରି ଯାଞ୍ଚ୍ କରାଯିବ ବୋଲି କହିଛନ୍ତି କନିଷ୍ଠ ଖଣି ଅଧିକାରୀ ସୁଧିର କୁମାର ପ୍ରଧାନ।

ରିପୋର୍ଟ: ସୁରେଶ ନାଇଡୁ