ଝାରସୁଗୁଡ଼ାରେ: ଶିଳ୍ପନଗରୀରରେ ଶିଳ୍ପ ନାହିଁ, କେବଳ ଅଛି ନଗରୀ

ଝାରସୁଗୁଡ଼ାରେ: ଶିଳ୍ପନଗରୀରରେ ଶିଳ୍ପ ନାହିଁ, କେବଳ ଅଛି ନଗରୀ

ଝାରସୁଗୁଡ଼ା: ଏକଦା ଶିଳ୍ପନଗର ହେବାର ଗୌରବ ଅର୍ଜନ କରିଥିବା ଝାରସୁଗୁଡ଼ାରୁ ଗୋଟିଏ ପରେ ଗୋଟିଏ ଶିଳ୍ପ ବନ୍ଦ ହୋଇଯିବା ପରେ ଏବେ ଏହାର କୁପ୍ରଭାବ ବିଭିନ୍ନ କ୍ଷେତ୍ରରେ ପଡିଛି । ବିଶେଷକରି ଶିଳ୍ପସ˚ସ୍ଥା ଗୁଡ଼ିକ ବନ୍ଦ ହୋଇଯିବା ପରେ ଏହାର ସିଧାସଳଖ ପ୍ରଭାବ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି, ନିଯୁକ୍ତି ଓ ବ୍ୟବସାୟ ଉପରେ ପଡ଼ିଥିବା ବେଳେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ବିଭିନ୍ନ କ୍ଷେତ୍ରକୁ ଏହା ପ୍ରଭାବିତ କରିଛି । ଜିଲ୍ଲାରେ ଦୃତ ଗତିରେ ବେକାରୀ ସମସ୍ୟା ବଢ଼ିଥିବା ବେଳେ ବହୁ ବେକାର ଯୁବକ ବିପଥଗାମୀ ହୋଇ ଅପରାଧିକ କାର୍ଯ୍ୟକଳାପରେ ସ˚ପୃକ୍ତ ରହିବାରୁ ଜିଲ୍ଲାରେ ଦିନକୁ ଦିନ ଅପରାଧ ସ˚ଖ୍ୟା ବୃଦ୍ଧି ପାଉଛି । ୨୦୦୦ ମସିହା ପରେ ଜିଲ୍ଲାରେ ଶିଳ୍ପର ଦୃତ ଅଭିବୃଦ୍ଧି ଘଟିଥିଲା । ଗୋଟିଏ ପରେ ଗୋଟିଏ ଶିଳ୍ପ ସ˚ସ୍ଥା ପ୍ରତିଷ୍ଠା ହେବାପରେ ଝାରସୁଗୁଡ଼ାର ଗୁରୁତ୍ବ ବୃଦ୍ଧି ପାଇଥିଲା । ଜିଲ୍ଲାରେ ୨୦୦୧ ମସିହାରେ ଜିଲ୍ଲା ସଦର ମହକୁମା ହିର୍ସମା ପଞ୍ଚାୟତରେ ଏସ୍ଏମ୍ସି କାରଖାନା ଓ ସିଙ୍ଘଲ ସ୍ପଞ୍ଜ୍ ଆଇରନ୍ କାରଖାନା ପ୍ରତିଷ୍ଠା ହୋଇଥିଲା । ବଡ଼ମାଳ ପଞ୍ଚାୟତରେ ଏସ୍ପିଏଲ୍ କାରଖାନା, ଜମେରା ନିକଟରେ ଆକ୍ସନ୍ ଇସ୍ପାତ, ଲହଣ୍ତାବୁଡ଼ ଠାରେ ଇଏସ୍ପିଏଲ୍ କାରଖାନା, ପଣ୍ତରିପଥର ନିକଟରେ ଏମ୍ଏସ୍ପି କାରଖାନା, ସିରିଆପାଲି ନିକଟରେ ମାଧବ ଇସ୍ପାତ, ରଘୁନାଥପାଲି ନିକଟରେ ଜୟ ହନୁମାନ କାରଖାନା, ଶ୍ରୀପୁରା ଠାରେ ଏଲ୍ଏନ୍ ମେଟାଲିକ୍, ଭୁକାର୍ମୁଣ୍ତାରେ ବେଦାନ୍ତ କାରଖାନା ପ୍ରତିଷ୍ଠା ହୋଇଥିବା ବେଳେ ଅନେକ ଛୋଟ ବଡ଼ ସ୍ପଞ୍ଜ୍ ଆଇରନ୍ କାରଖାନା ଯୋଗୁଁ ଜିଲ୍ଲାର ଅର୍ଥନୀତିରେ ଅନେକ ଆଖିଦୃଶିଆ ପରିବର୍ତ୍ତନ ଆସିଥିଲା । କାରଖାନା ଚାଲିବା ଫଳରେ ସାରା ଭାରତ ବର୍ଷରୁ ବହୁ ବ୍ୟବସାୟୀକ ସ˚ସ୍ଥା, ବୈଷୟିକ ସ˚ସ୍ଥା, ଯୋଗାଣକାରୀ ସ˚ସ୍ଥା ଓ ନିମାର୍ଣକାରୀ ସ˚ସ୍ଥା ଏଠାରେ ଡେ଼ରା ପକାଇ କାରଖାନା ପରିଚାଳନାରେ ସହଯୋଗ ଆରମ୍ଭ କରିଥିଲେ । ଫଳରେ କାରଖାନା ଓ ଏହାକୁ ନେଇ ଗଢ଼ି ଉଠିଥିବା ସ˚ପୃକ୍ତ ବିଭିନ୍ନ ସ˚ସ୍ଥାରେ ହଜାର ହଜାର ନିଯୁକ୍ତି ସୃଷ୍ଟି ହୋଇଥିଲା । ଶିଳ୍ପ କାରଖାନା ଯୋଗୁଁ ପ୍ରତିଦିନ ବାହାରୁ ଶତାଧିକ ଲୋକଙ୍କ ସାମଗମ ହେବାରେ ଲାଗିଥିଲା । ନିଯୁକ୍ତି ବୃଦ୍ଧି ପାଇଥିବା ବେଳେ ଲୋକଙ୍କ ଅବଶ୍ୟକତା ମଧୢ ବୃଦ୍ଧି ପାଇଥିଲା । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ବ୍ୟବସାୟରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଥିଲା । ଝାରସୁଗୁଡ଼ା ସହରରେ ରହିବା ପାଇଁ ଭଡ଼ା ଘରର ଅବଶ୍ୟକତାକୁ ଦୃଷ୍ଟିରେ ରଖି ଶତାଧିକ ଗୃହ ଓ ଆପାର୍ଟମେଣ୍ଟ ନିମାର୍ଣ ହୋଇଥିଲା । ସେହି ଅନୁଯାୟୀ ବଡ଼ ବଡ଼ ହୋଟେଲ ପ୍ରତିଷ୍ଠା ହୋଇଥିଲା । ଏହି ହୋଟେଲ ଗୁଡ଼ିକରେ ରହିବା ପାଇଁ ବିଭିନ୍ନ ବର୍ଗର ଲୋକଙ୍କ ରୁଚି ଅନୁଯାୟୀ କୋଠରୀ ପ୍ରସ୍ତୁତ ହୋଇଥିଲା । ସହରରେ ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ, ମଲ୍ ଖୋଲିଥିଲା । କିଛି ଦିନ ଝାରସୁଗୁଡ଼ା ଏକ ସମୃଦ୍ଧ ସହରରେ ପରିଣତ ହୋଇଯାଇଥିଲା । ତେବେ ବିଭିନ୍ନ କାରଣ ଯୋଗୁଁ ଗଢ଼ି ଉଠିଥିବା ଶିଳ୍ପ ଗୁଡ଼ିକ ଗୋଟିଏ ପରେ ଗୋଟିଏ ବନ୍ଦ ହୋଇ ଯାଇଥିଲା । ହାତଗଣତି ୩/୪ ଟି ଶିଳ୍ପକୁ ଛାଡ଼ି ଦେଲେ ଏବେ ପ୍ରାୟ ସବୁ ବନ୍ଦ ହୋଇଯାଇଛି। କନ୍କାଷ୍ଟ, ମାଧବ ଇସ୍ପାତ, ଜୟ ହନୁମାନ, ଏମ୍ଏସ୍ପି, ଇଏସ୍ପିଏଲ୍, ସମଲେଇ ପ୍ଲାଣ୍ଟ ସମେତ ଅନେକ ପ୍ଲାଣ୍ଟ ବନ୍ଦ ହୋଇଯାଇଛି । ଫଳରେ ଜିଲ୍ଲାରେ ନିଯୁକ୍ତି ମୁଖ୍ୟ ସମସ୍ୟା ପାଲଟିଛି । ବେକାରୀ ସ˚ଖ୍ୟା ହୁହୁ ହୋଇ ପଢ଼ି ଚାଲିଛି । ରୋଜଗାର ନପାଇ ଯୁବ ସମାଜ ପଥଭ୍ରଷ୍ଟ ହୋଇ କୁପଥଗାମୀ ହେଉଛି । ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଅପରାଧ ରେକର୍ଡ ଆଶାତୀତ ଭାବରେ ବୃଦ୍ଧି ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe