The Statesman
ଭୁବନେଶ୍ବର : ଜଙ୍ଗଲ ଓ ପରିବେଶ ଅନୁମତି ପାଇଁ କେବଳ ଦରଖାସ୍ତ କରିଦେଲେ ଖଣି ତଥା ଶିଳ୍ପ ସଂସ୍ଥା ଉତ୍ପାଦନ ଜାରି ରଖିପାରିବେ ନାହିଁ। ଖଣି ପଟ୍ଟାଦାରମାନେ ସଂପୃକ୍ତ ଖଣିର ସମସ୍ତ ବୈଧାନିକ ଅନୁମତିପତ୍ର ଯଥା ମାଇନିଂ ପ୍ଲାନ୍-ସ୍କିମ୍ ଅଫ ମାଇନିଂ, ଜଙ୍ଗଲ, ପରିବେଶ ମଞ୍ଜୁରି ଓ କନସେଣ୍ଟ ଟୁ ଅପରେଟ ହାସଲ କରିବା ପରେ ଖଣି ଖନନ କାର୍ଯ୍ୟ କରିଥାନ୍ତି ବୋଲି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ।
ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶ୍ରୀ ଅମାତ କହିଛନ୍ତି କହିଛନ୍ତି, ବୈଧାନିକ ଅନୁମତିପତ୍ର ବିନା ଖଣିଜ ପଦାର୍ଥ ଉତ୍ତୋଳନ ହେଉଥିବାର ଦୃଷ୍ଟାନ୍ତ ସରକାରଙ୍କ ନିକଟରେ ଉପଲବ୍ଧ ନାହିଁ। ତେବେ ଯେଉଁ ସଂସ୍ଥାଗୁଡ଼ିକ ବିନା ଅନୁମତିରେ ଖଣିଜ ଉତ୍ତୋଳନ କିମ୍ବା ଶିଳ୍ପ ଉତ୍ପାଦନ ଜାରି ରଖି ରଖିଥାନ୍ତି ସେମାନଙ୍କ ବିରୋଧରେ ଜଙ୍ଗଲ(ସଂରକ୍ଷଣ) ଆଇନ, ୧୯୮୦ର ଧାରା ୩ଏ ଓ ୩ବି ଅନୁଯାୟୀ ଦଣ୍ଡବିଧାନ କରାଯିବାର ବ୍ୟବସ୍ଥା ରହିଛି।
Follow Us