ଶିଳ୍ପାଞ୍ଚଳ ରାସ୍ତା ପୂର୍ତ୍ତ ବିଭାଗ ଅଧୀନକୁ ଯିବ!

Advertisment
ଶିଳ୍ପାଞ୍ଚଳ ରାସ୍ତା ପୂର୍ତ୍ତ ବିଭାଗ ଅଧୀନକୁ ଯିବ!

India Together

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଥିବା ଶିଳ୍ପାଞ୍ଚଳର ୩୦ଫୁଟ୍‌ର ଅଧିକ ଓସାର (୯ମିଟରରୁ ଅଧିକ) ରାସ୍ତା ଖୁବ୍‌ ଶୀଘ୍ର ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହେବ। ପୂର୍ତ୍ତ ବିଭାଗ ଉକ୍ତ ରାସ୍ତାଗୁଡ଼ିକର ରକ୍ଷଣାବେକ୍ଷଣ କରିବା ସହ ଏହାର ଉନ୍ନତୀକରଣ କରିବ। ଏ ନେଇ ଇଡ୍‌କୋ ପକ୍ଷରୁ ପୂର୍ତ୍ତ ବିଭାଗକୁ ପ୍ରସ୍ତାବ ଦିଆଯାଇଥିବାବେ‌େଳ ଖୁବ୍‌ଶୀଘ୍ର ପୂର୍ତ୍ତ ବିଭାଗ ଏହା ଉପରେ ମୋହର ମାରିବ ବୋଲି ଜଣାପଡ଼ିଛି।

ଏବେ ଇଡ୍‌କୋ ଅଧୀନରେ ରାଜ୍ୟର ସମସ୍ତ ଶିଳ୍ପାଞ୍ଚଳର ରାସ୍ତା ଥିଲେ ହେଁ ଏହାର ରକ୍ଷଣାବେକ୍ଷଣ ଠିକ୍ ଭାବେ ହେଉନଥିବାରୁ ରାସ୍ତାଗୁଡ଼ିକ ଶୋଚନୀୟ ହୋଇଯାଇଛି। ଏହାବାଦ୍ ପ୍ରତି ରାସ୍ତା କଡ଼ରେ ଡ୍ରେନ୍ ନିର୍ମାଣ ହେବାର ନିୟମ ଥିଲେ ହେଁ ଇଡ୍‌କୋ ଏହାକୁ କରୁନି। ଇଡ୍‌କୋ କର୍ତ୍ତୃପକ୍ଷ ଅର୍ଥାଭାବ ଦର୍ଶାଇ ରାସ୍ତା ମରାମତି ଓ ଉନ୍ନତୀକରଣ କରୁନଥିବାରୁ ଏହାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛି।
ଅପରପକ୍ଷେ ଏବେ ଇଡ୍‌କୋ ସିଏମ୍‌ଡି ଏବଂ ପୂର୍ତ୍ତ ବିଭାଗର ସଚିବ ପଦବିରେ ଜଣେ ଅଧିକାରୀ ଥିବାରୁ ଇଡ୍‌କୋର ଏହି ପ୍ରସ୍ତାବ ଉପରେ ଖୁବ୍‌ ଶୀଘ୍ର ଚୂଡ଼ାନ୍ତ ମୋହର ବାଜିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe