South China Morning Post
ଭୁବନେଶ୍ବର : କୋଭିଡ ପାଇଁ ଜାରି ହୋଇଥିବା ରାତ୍ରୀକାଳୀନ କର୍ଫ୍ୟୁ ଓ ୧୦ଟି ସୀମାବର୍ତ୍ତୀ ଜିଲ୍ଲାରେ ଶନିବାର ଓ ରବିବାର ଦିନ ସଟ୍ଡାଉନ୍ ସମୟରେ ଚାଲୁ ରହିବ ରାଜ୍ୟର ସମସ୍ତ ଶିଳ୍ପାନୁଷ୍ଠାନ। ଆଜି ଏହି କଥା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସ୍ପଷ୍ଟ କରିଦେଇଛନ୍ତି। ଶିଳ୍ପ ସଂକ୍ରାନ୍ତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପର କୌଣସି କଟକଣା ରହିବ ନାହିଁ।
ସୂଚନାଥାଉକି, ଗତ ୧୫ ତାରିଖରେ ଶ୍ରୀ ମହାପାତ୍ର କୋଭିଡ ସଂକ୍ରମଣ ପ୍ରତିହତ କରିବା ପାଇଁ ଆଜିଠାରୁ ସୀମାବର୍ତ୍ତୀ ୧୦ଟି ଜିଲ୍ଲାର ସହରାଞ୍ଚଳରେ ସନ୍ଧ୍ୟା ୬ରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରିବାକୁ ଘୋଷଣା କରିଥିଲେ। ଏହାସହିତ ବାକି ୨୦ଟି ଜିଲ୍ଲାର ସହରାଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଅନିର୍ଦ୍ଦିଷ୍ଟ କାଳ ଲାଗୁ ହେବ ବୋଲି କହିଥିଲେ।
Follow Us