ଚେଙ୍କ ପରେ ଶିଶୁପୁତ୍ରର ମୃତ୍ୟୁ

‘ଜାତୀୟ କନ୍‌କ୍ଲେଭ୍‌: ମନ୍‌ କୀ ବାତ୍‌ ୧୦୦’ କାର୍ଯ୍ୟକ୍ରମ ବେଳେ ହେଲା ପ୍ରସବ ବେଦନା; ପୁଅ ଜନ୍ମକଲେ ବିଶିଷ୍ଟ ଅତିଥି

Image Courtesy of Latestly

ଦଶପଲ୍ଲା: ସଚେତନତା ଅଭାବକୁ ନେଇ ଗାଁଗହଳିରେ ଦିନକୁ ଦିନ ବଢ଼ିଚାଲିଛି ଅନ୍ଧବିଶ୍ବାସ। କେଉଁଠି ଗୁଣିଗାରେଡ଼ି ତ ପୁଣି କେଉଁଠି କୁନିକୁନି ନିଷ୍ପାପ ଶିଶୁଙ୍କୁ ଭଲ କରିବା ପାଇଁ ଦିଆଯାଉଛି ଚେଙ୍କ। ପ୍ରାୟ ୧୫ ଦିନର ଶିଶୁପୁତ୍ରକୁ ଚେଙ୍କ ଦିଆଯିବା ପରେ ତା’ର ମୃତ୍ୟୁ ହୋଇଛି। ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ବାଣିଗୋଛା ପଞ୍ଚାୟତ ବାଈଝରୀ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ଦାମୋଦର ମଲିକ ଏବଂ ପତ୍ନୀ ସୁକାନ୍ତୀ ମଲିକଙ୍କ ପ୍ରାୟ ୧୫ ଦିନ ତଳେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। କିଛି ଦିନ ହେବ ଶିଶୁଟି ଭିଡ଼ିମୋଡି ହେବା ସହ ପେଟ ଫମ୍ପେଇଥିଲା। ଯାହାକୁ ନେଇ ପରିବାର ଲୋକ ଗାଁଗହଳିରେ ଥିବା ଜଣେ ବଇଦ ପାଖକୁ ନେଇଥିଲେ।

ସେଠାରେ ବଇଦ ଶିଶୁର ପେଟରେ ପ୍ରାୟ ୧୨ଟି ଚେଙ୍କ ଦେଇଥିଲା। ଏହା ପରେ ଶିଶୁଟି ଅଧିକ ଗୁରୁତର ହେବାରୁ ଆଜି ପରିବାର ଲୋକ ବାଣିଗୋଛା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଶିଶୁଟି ସଂଜ୍ଞାହୀନ ଅବସ୍ଥାରେ ଥିବାବେଳେ ଚେଙ୍କ ଘଟଣା ସାମ୍ନାକୁ ଆସିଥିଲା। ତାକୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାକୁ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଥିଲା। ହେଲେ ଶିଶୁଟିର ମୃତ୍ୟୁ ହୋଇଥିବା ଜାଣିପାରି ପରିବାର ଲୋକ ଦଶପଲ୍ଲା ଆଣିବା ପରିବର୍ତ୍ତେ ଗାଁକୁ ନେଇ ଯାଇଥିଲେ। ଏସମ୍ପର୍କରେ ଶିଶୁର ବାପା ଦାମୋଦର କହିଛନ୍ତି, ଦଶପଲ୍ଲା ନେଇନୁ; ଛୁଆଟି ନଷ୍ଟ ହୋଇଯିବାରୁ ବାଣିଗୋଛାରୁ ଘରକୁ ଆଣିଲୁ। ତେବେ ପରିବାର ଲୋକ ଶିଶୁଟିକୁ ଚେଙ୍କ ଦିଆଇଥିବା କଥା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe