ସମ୍ବଲପୁର ଜିଲ୍ଲାରେ କମୁଛି ସଂକ୍ରମଣ

Advertisment

ଶନିବାର ଚିହ୍ନଟ ହେଲେ ୧୨୦ ସଂକ୍ରମିତ, ସୁସ୍ଥ ୪୩୮

ଶନିବାର ଚିହ୍ନଟ ହେଲେ ୧୨୦ ସଂକ୍ରମିତ, ସୁସ୍ଥ ୪୩୮

ରେଡ୍ ‌ଜୋନ୍‌ ଜିଲ୍ଲାରେ ଉଚ୍ଚ ପଜିଟିଭ୍ ହାର; ୬୦୭୯ ପଜିଟିଭ୍, ୪୪ ମୃତ

EURACTIV.com

ସମ୍ବଲପୁର : ଜିଲ୍ଲାବାସୀଙ୍କୁ କରୋନା ଠାରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଧୀରେ ଧୀରେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଜିଲ୍ଲାରେ ଟିକାକରଣ ମଧ୍ୟ ଜାରି ରହିଛି। କିଛି ଦିନ ତଳକୁ ଚାଲିଗଲେ ଜିଲ୍ଲାରେ ୫ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିଲେ, ଏବେ ଏହା ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ଶନିବାର ଜିଲ୍ଲାରେ ଆଉ୧୨୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୭ ହଜାର ଶହେ ୭୫ରେ ପହଞ୍ଚିଛି।

ଶନିବାର ଚିହ୍ନଟ ହୋଇଥିବା ୧୨୦ ସଂକ୍ରମିତଙ୍କ ମଧ୍ୟରେ ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି) ଅଧୀନ ଅଞ୍ଚଳରୁ ୪୧ ଜଣ ଚିହ୍ନଟ ହୋଇଥିବା ବେଳେ ବ୍ଲକଗୁଡ଼ିକରୁ ୭୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବ୍ଲକଗୁଡ଼ିକ ମଧ୍ୟରୁ ରେଢ଼ାଖୋଲ ବ୍ଲକରୁ ୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାମରାରୁ ୧୧ ଜଣ, କୁଚିଣ୍ଡାରୁ ୧୦ ଜଣ, ନାକଟିଦେଉଳରୁ ୩ ଜଣ, ମାନେଶ୍ବରରୁ ୪ ଜଣ, ଯୁଯୁମୁରାରୁ ୧୦ ଜଣ, ରେଙ୍ଗାଲିରୁ ୮ ଜଣ, ଧନକଉଡ଼ାରୁ ୩ ଜଣ ଏବଂ ଜମନକିରାରୁ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଶନିବାର ଜିଲ୍ଲାରେ ଆଉ ୪୩୮ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହି ୪୩୮ ଜଣଙ୍କୁ ମିଶାଇ ଜିଲ୍ଲାରେ ଶନିବାର ସୁଦ୍ଧା ୨୪ ହଜାର ୭ ଶହ ୩୦ ଜଣ ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି। ବର୍ତ୍ତମାନ ଜିଲ୍ଲାରେ ଆଉ ୨୩୫୬ ଜଣ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପଟେ କରୋନାରେ ଜିଲ୍ଲାର ଆଉ ଜଣେ ସଂକ୍ରମିତଙ୍କର ମୃତ୍ୟୁ ଘଟିଥିବା ଶନିବାର ସରକାରୀ ଭାବେ ଘୋଷଣା କରାଯାଇଛି। ମୃତକ ଜଣକ ୪୮ ବର୍ଷୀୟ ପୁରୁଷ। ଏହାକୁ ମିଶାଇ ଜିଲ୍ଲାରେ ସରକାରୀ ଭାବେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୯କୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe