ଶୋଇଥିବା ବେଳେ ଘରୁ ଟାଣି ନେଇ ମହିଳାଙ୍କୁ ଦଳିଦେଲା ଦନ୍ତା

Advertisment
ଶୋଇଥିବା ବେଳେ ଘରୁ ଟାଣି ନେଇ ମହିଳାଙ୍କୁ ଦଳିଦେଲା ଦନ୍ତା

କାମାକ୍ଷାନଗର: ଘରେ ଶୋଇଥିବା ବେଳେ ଦଳିଦେଲା ଦନ୍ତା। ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ମହୋନପଶି ଗାଁ କେନ୍ଦୁମୁଣ୍ଡା ସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ଘରେ ଶୋଇଥିବା ବେଳେ ଜଣେ ମହିଳାଙ୍କୁ ଦନ୍ତା ଦଳିଦେଇଥିବା ଜଣାପଡ଼ିଛି। ମୃତକଜଣଙ୍କ ଗାଁର ସୁକାନ୍ତି ହେମ୍ବ୍ରମ୍। ଗତକାଲି ବିଳମ୍ବିତ ରାତିରେ ମହିଳାଜଣଙ୍କ ଘରେ ଶୋଇଥିବା ବେଳେ ଏକ ଦନ୍ତା ହାତୀ ସୁକାନ୍ତିଙ୍କ ଘରୁ ଟାଣି ଆଣି ଆକ୍ରମଣ କରିଥିଲା।

ଆଜି ସକାଳୁ ଖବର ପାଇ ମହାବିରୋଡ ରେଞ୍ଜର ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ଅନୁକମ୍ପା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ବ୍ୟାପକ ଫସଲ ନଷ୍ଟ ସହ ବହୁ ଧନ ଜୀବନ କ୍ଷତି କରୁଛନ୍ତି, ଯାହାକୁ ନେଇ ଏଠାରେ ଉତ୍ତେଜନା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe