ଲାଲଗଡ଼ରେ ପ୍ରଭାବଶାଳୀ ଜଗତସିଂହପୁର ଦମ୍ପତି: ନିଖିଲକୁ ‘ଓଡ଼ିଆ ଚେହେରା’ କରିବା ପଛରେ ସବ୍ୟସାଚୀ

ଓଡ଼ିଶାର ଉପକୂଳ ଜିଲ୍ଲାରୁ ଲାଲଗଡ଼ରେ ପ୍ରଭାବ ରଖୁଥିବା ମାଓବାଦୀ ଜଗତସିଂହପୁର ଜିଲ୍ଲାର ନିଖିଲ ଓରଫ ନିରଞ୍ଜନ ରାଉତ ଓ  ତା’ ପତ୍ନୀ ପୁଲିସ ପାଇଁ ଏବେ ବଡ଼ ଆହ୍ବାନ ସୃଷ୍ଟି କରିଛନ୍ତି। ଏମାନଙ୍କ ଛଡ଼ା ଲାଲଗଡ଼ରେ ପ୍ରଭାବ ବିସ୍ତାର...

dadad

କଟକ: ଓଡ଼ିଶାର ଉପକୂଳ ଜିଲ୍ଲାରୁ ଲାଲଗଡ଼ରେ ପ୍ରଭାବ ରଖୁଥିବା ମାଓବାଦୀ ଜଗତସିଂହପୁର ଜିଲ୍ଲାର ନିଖିଲ ଓରଫ ନିରଞ୍ଜନ ରାଉତ ଓ  ତା’ ପତ୍ନୀ ପୁଲିସ ପାଇଁ ଏବେ ବଡ଼ ଆହ୍ବାନ ସୃଷ୍ଟି କରିଛନ୍ତି। ଏମାନଙ୍କ ଛଡ଼ା ଲାଲଗଡ଼ରେ ପ୍ରଭାବ ବିସ୍ତାର କରି ଆସିଥିବା କଟକ ଜିଲ୍ଲାର ବାଉରୀବନ୍ଧୁ ସେଠୀ ଓରଫ ଆଲୋକ ଓରଫ ବଣ୍ଟି ନିକଟରେ ପୁଲିସ ଗୁଳିରେ ନିହତ ହୋଇଛି। ମାଓନେତା ନିଖିଲ ହେଉଛି ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ଖାସ୍ ସହଯୋଗୀ। ଗୋଟିଏ ସମୟରେ ସବ୍ୟସାଚୀଙ୍କ ଗିରଫଦାରୀ ପରେ ଓଡ଼ିଆ ଚେହେରା ଭାବେ ନିଖିଲକୁ ସାମନାକୁ ଅଣାଯାଇଥିଲା। ପରବର୍ତ୍ତୀ ସମୟରେ ନିଖିଲର ଲାଲଗଡ଼ରେ ପ୍ରଭାବ ଓ ପତିଆରା ବୃଦ୍ଧି ପାଇ ଆସିଛି।

ଲାଲଗଡ଼ରେ ଏବେ ୮ଟି କ୍ୟାଡର୍ ସକ୍ରିୟ ଅଛନ୍ତି। ଏଥିରେ ଉପକୂଳ ଓଡ଼ିଶାର ଉପରୋକ୍ତ ତିନି ଜଣ ଚର୍ଚ୍ଚାରେ ରହି ଆସିଛନ୍ତି। ଏମାନଙ୍କ ମଧ୍ୟରୁ କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଦେବୀ-କନ୍ଦଳ ଦ୍ବୀପାଞ୍ଚଳ ଏରଞ୍ଚ ପଞ୍ଚାୟତର କୁଳଶ୍ରୀ ଗାଁର ମୋଷ୍ଟ ଵାଣ୍ଟେଡ୍ ମାଓବାଦୀ ବାଉରୀବନ୍ଧୁ ସେଠୀ ଓରଫ ଆଲୋକ ଓରଫ ବଣ୍ଟି ଗଲା ଜାନୁଆରିରେ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା କୁଲାରୀଘାଟ ଜଙ୍ଗଲରେ ପୁଲିସ ଏନ୍‌କାଉଣ୍ଟରରେ ନିହତ ହୋଇଥିଲା। ଜଗତସିଂହପୁର ଜିଲ୍ଲା ଏସ୍‌ଭିଏମରେ ସେ ପଢ଼ୁଥିଲା। ୨୦୧୫ରେ ସେ ଲାଲଗଡ଼ରେ ସାମିଲ ହୋଇଥିଲା। ସେବେଠାରୁ ବାଉରୀବନ୍ଧୁର ପରିବାର ସହିତ କୌଣସି ପ୍ରକାର ଯୋଗାଯୋଗ ନ ଥିବା କୁହାଯାଏ। ଅନ୍ୟପଟେ ନିଖିଲ ମାଓନେତା ସବ୍ୟସାଚୀଙ୍କ ପଣ୍ଡାଙ୍କ ଅତି ନିକଟତର ଥିଲା। ୨୦୧୪ ଜୁଲାଇ ୧୮ରେ ସବ୍ୟସାଚୀଙ୍କୁ ଗଞ୍ଜାମ ଜିଲ୍ଲାରେ ପୁଲିସ ଗିରଫ କରିଥିଲା। କିନ୍ତୁ ଗିରଫଦାରୀର ଦୁଇ ବର୍ଷ ପୂର୍ବରୁ ସିପିଆଇ(ମାଓବାଦୀ)ରେ ମତ ପାର୍ଥକ୍ୟ ଯୋଗୁ ସବ୍ୟସାଚୀଙ୍କୁ ବାଦ୍‌ ଦିଆଯାଇଥିଲା।

ନିଖିଲକୁ ‘ଓଡ଼ିଆ ଚେହେରା’ କରିବା ପଛରେ ସବ୍ୟସାଚୀ
ବଂଶଧରା, ଘୁମୁସର ଓ ନାଗାବଳୀ ଡିଭିଜନ୍‌ ସମ୍ପାଦକରୁ କ୍ୟାରିୟର

ଏହି ସମୟରେ ଓଡ଼ିଆ ଚେହେରା ଭାବେ ନିଖିଲକୁ ସାମନାକୁ ଆଣିବାକୁ ସବ୍ୟସାଚୀ ଉଦ୍ୟମ କରିଥିବା କୁହାଯାଏ। ନିଖିଲକୁ ବଂଶଧରା, ଘୁମୁସର ଓ ନାଗାବଳୀ ଡିଭିଜନର ସମ୍ପାଦକ କରାଯାଇଥିଲା। ପୂର୍ବରୁ ଏହି ପଦବିରେ ସବ୍ୟସାଚୀ ଥିଲେ। କିନ୍ତୁ ସେ ସମୟରେ ନିଖିଲ ସବ୍ୟସାଚୀଙ୍କ ଭଳି ପ୍ରଭାବ ବିସ୍ତାର କରିପାରିନଥିଲା। ସବ୍ୟସାଚୀ ଜେଲ୍ ଯିବା ପରେ ଜନସାଧାରଣଙ୍କୁ ପ୍ରଭାବିତ କଲା ଭଳି ଓଡ଼ିଆ ଚେହେରା ଭାବେ ନିଖିଲ ନିଜର ପାରଦର୍ଶିତା ଦେଖାଇପାରିନଥିଲା। ଭଲ ସଂଗଠକ ସହିତ ଜଙ୍ଗଲରେ ଅପରେସନ୍ କରିବା ପାଇଁ କେହି ନଥିଲେ। ଏମିତିକି ସବ୍ୟସାଚୀ ବାଛିଥିବା ନିଖିଲ ବି ସେ ଯୋଗ୍ୟତା ରଖୁନଥିଲା। ନେତୃତ୍ବ ନେବାର କ୍ଷମତା ନିଖିଲ ନିକଟରେ ନଥିଲା। ସାମରିକ ଦୃଷ୍ଟିରୁ ଶକ୍ତିଶାଳୀ ବି ନଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଭାବ ବିସ୍ତାର କରିବା ସହିତ ପୁଲିସ ପାଇଁ ଆହ୍ବାନ ସୃଷ୍ଟି କରିଥିଲା ନିଖିଲ। ନିଖିଲ ତା’ ପତ୍ନୀଙ୍କୁ ବି ଲାଲଗଡ଼ରେ ସାମିଲ କରାଇଥିଲା। ନିଖିଲ କନ୍ଧମାଳରେ କନ୍ଧମାଳ-କଳାହାଣ୍ଡି-ବୌଦ୍ଧ ମୁଖ୍ୟ ଭାବେ କାର୍ଯ୍ୟ କରିଆସୁଛି। 

ରାଜ୍ୟ କମିଟି ମୁଖ୍ୟ ଭାବେ ଯେଉଁ ତିନି ଜଣଙ୍କ ନାଁ ସାମନାକୁ ଆସେ ସେମାନଙ୍କ ମଧ୍ୟରେ ରହିଛି ନିଖିଲ। ନିଖିଲ ସମେତ ଜୟରାମ ପ୍ରତାପ ରେଡ୍ଡି ଓରଫ ଚଲପତି, ମୁରଲୀ ରହିଛନ୍ତି। ତେବେ ଗଲା ଜାନୁଆରିରେ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାରେ ନକ୍ସଲ ଅପରେସନ୍ ସମୟରେ ଚଲପତି ନିହତ ହୋଇଛି। ଓଡ଼ିଶାରେ ପ୍ରଭାବ ରଖୁଥିବା ମାଓନେତା ହେଉଛି ନିଖିଲ ଓରଫ ନିରଞ୍ଜନ ରାଉତ। ନିଖିଲ କଳାହାଣ୍ଡି ଓ କନ୍ଧମାଳ ଅଞ୍ଚଳରେ କାର୍ଯ୍ୟ କରିଆସୁଛି। ନିଖିଲ ସହିତ ଆଉ ଜଣେ ଛତିଶଗଡ଼ରେ ଓଡ଼ିଶା ଷ୍ଟେଟ୍ କମିଟି ମୁଖ୍ୟ ମୋଡେମ୍ ବାଲକୃଷ୍ଣ ଏବେ କେନ୍ଦ୍ରୀୟ କମିଟି ସଦସ୍ୟ ଅଛି। ସେ ଓଡ଼ିଶା-ଆନ୍ଧ୍ର ସୀମାରେ ସକ୍ରିୟ ଥିବା ବେଳେ ଓଡ଼ିଶାରେ ତା’ର ପ୍ରଭାବ କମିବାରେ ଲାଗିଛି। ତେବେ ଲାଲଗଡ଼ର ସ୍ଥିତି ଆଗାମୀ ଦିନରେ ଦୁର୍ବଳ ହେବାକୁ ଯାଉଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe