ଶେରଗଡ଼ ଦମକଳ କେନ୍ଦ୍ରରେ ଭିତ୍ତିଭୂମି ସମସ୍ୟା, ବୋର୍ ନଥିବାରୁ ନିଆଁ ଲିଭାଇବାକୁ ପୋଖରୀ ଖୋଜା

Advertisment
ଶେରଗଡ଼ ଦମକଳ କେନ୍ଦ୍ରରେ ଭିତ୍ତିଭୂମି ସମସ୍ୟା, ବୋର୍ ନଥିବାରୁ ନିଆଁ ଲିଭାଇବାକୁ ପୋଖରୀ ଖୋଜା

ଶେରଗଡ଼ : ଅବ୍ୟବସ୍ଥା ଘେରରେ ଚାଲିଛି ଶେରଗଡ଼ର ଦମକଳ କେନ୍ଦ୍ର। ପ୍ରତିଷ୍ଠାର ବହୁ ବର୍ଷ ବିତିସାରିଥିଲେ ହେଁ, ଆନୁଷଙ୍ଗିକ ଭିତ୍ତିଭୂମି ସୁବିଧା ନଥିବାରୁ ଅନେକ ସମସ୍ୟା ଭୋଗିବାକୁ ପଡ଼ୁଛି। କେନ୍ଦ୍ରକୁ ୨ଟି ନିଆଁ ଲିଭା ଗାଡ଼ି ଯୋଗାଣ ହୋଇଛି। ଗୋଟିଏ ଗାଡ଼ିରେ ମୋଟର୍ ପାଇପ୍ ଲାଗିଛି। ଘର ପୋଡ଼ିଲେ କର୍ମଚାରୀ ମାନେ ପହଞ୍ଚି ‌ମୋଟର୍ ବ୍ୟବହାର କରି ନିକଟ ପୋଖରୀ ତଥା ଜଳଉତ୍ସରୁ ପାଣି ଆଣିପାରୁଛନ୍ତି। ହେଲେ ଆଉ ଏକ ଗାଡ଼ିରେ ୩୦୦୦ ଲିଟର କ୍ଷମତା ସମ୍ପନ୍ନ ବିଶିଷ୍ଟ ଟାଙ୍କି ଲାଗିଛି। କିନ୍ତୁ ପାଣି ଭରି କରିବାକୁ ସୁବିଧା ନାହିଁ। ଫଳରେ ପାଣି ଭରି ପାଇଁ ପୋଖରୀ ଖୋଜା ପଡ଼ୁଛି।

ଏହି ସମସ୍ୟାର ସମାଧାନ ଲାଗି କେନ୍ଦ୍ର ପରିସରରେ ପୂର୍ବରୁ ଗୋଟିଏ ବୋର୍ ଖୋଳାଯାଇଥିଲା। କିନ୍ତୁ ସେଥିରୁ ପାଣି ବାହାରୁନି। ବିକଳ୍ପ ବ୍ୟବସ୍ଥା ନଥିବାରୁ କର୍ମଚାରୀ ମାନେ ନିଆଁ ଲିଭାଇବାକୁ ଯିବା ପୂର୍ବରୁ ପୋଖରୀ କିମ୍ବା କେନାଲ୍‌ ଆଗରେ ଗାଡ଼ି ରଖି ପାଣି ଭର୍ତ୍ତି କରୁଛନ୍ତି। ଫଳରେ ଜରୁରୀକାଳୀନ ପରିସ୍ଥିତି ମୁକାବିଲାରେ ଅହେତୁକ ବିଳମ୍ବ ଘଟୁଛି। ବହୁ ବର୍ଷ ଧରି ଏଭଳି ଅବ୍ୟବସ୍ଥା ଲାଗି ରହିଥିବା ବେଳେ ସ୍ଥାୟୀ ସମାଧାନ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି।

ଅନ୍ୟପକ୍ଷରେ ଶେରଗଡ଼ ଠାରୁ ପାଞ୍ଚ କିଲୋମିଟର ଦୂର ଲକ୍ଷ୍ମୀନୃସିଂହପୁର ଛକରେ ଏକ ନିଛାଟିଆ ଜମିରେ ଦମକଳ କେନ୍ଦ୍ର ପ୍ରତିଷ୍ଠା ହୋଇଛି । କିନ୍ତୁ ଇନଭର୍ଟର୍ ବ୍ୟବସ୍ଥା ନଥିବା କାରଣରୁ ସନ୍ଧ୍ୟାରୁ ବିଦ୍ୟୁତ୍ କାଟ୍ ହେଲେ କର୍ମଚାରୀଙ୍କୁ ଅନ୍ଧାରରେ ରହିବାକୁ ପଡ଼ୁଛି। ଏହି ଦମକଳ କେନ୍ଦ୍ର ଉପରେ ଶେରଗଡ଼, ଧରାକୋଟ, ସାନଖେମୁଣ୍ଡି ସମେତ ସୋରଡ଼ା ବ୍ଲକ୍‌ର ଜନସାଧାରଣ ନିର୍ଭରଶୀଳ ଥିବାରୁ ଆନୁଷଙ୍ଗିକ ଭିତ୍ତିଭୂମି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe