ଅନ୍ତେବାସୀଙ୍କୁ ଅମାନୁଷିକ ନିର୍ଯାତନା ଘଟଣା: ‘ସମର୍ଥ’ରେ ସମସ୍ତେ ଘାଣ୍ଟିଲେ

Advertisment

ସମ୍ବଲପୁର ସହର ପୁଟିବନ୍ଧ ସ୍ଥିତ ମାନସିକ ରୋଗୀ ଥଇଥାନ କେନ୍ଦ୍ର ‘ସମର୍ଥ’ରେ ଅନ୍ତେବାସୀଙ୍କୁ ଅମାନୁଷିକ ନିର୍ଯାତନା ମାମଲାରେ ଆଦର୍ଶ ଶିଶୁ ମନ୍ଦିରର ମୁଖ୍ୟ ପରିଚାଳକ ହରୀଶ ଦାଶ ଓ କର୍ମଚାରୀ ସ୍ବାଗତିକା...

ସମ୍ବଲପୁର ସହର ପୁଟିବନ୍ଧ ସ୍ଥିତ ମାନସିକ ରୋଗୀ ଥଇଥାନ କେନ୍ଦ୍ର ‘ସମର୍ଥ’ରେ ଅନ୍ତେବାସୀଙ୍କୁ ଅମାନୁଷିକ ନିର୍ଯାତନା ମାମଲାରେ ଆଦର୍ଶ ଶିଶୁ ମନ୍ଦିରର ମୁଖ୍ୟ ପରିଚାଳକ ହରୀଶ ଦାଶ ଓ କର୍ମଚାରୀ ସ୍ବାଗତିକା...

sfsffs

ସମ୍ବଲପୁର: ସମ୍ବଲପୁର ସହର ପୁଟିବନ୍ଧ ସ୍ଥିତ ମାନସିକ ରୋଗୀ ଥଇଥାନ କେନ୍ଦ୍ର ‘ସମର୍ଥ’ରେ ଅନ୍ତେବାସୀଙ୍କୁ ଅମାନୁଷିକ ନିର୍ଯାତନା ମାମଲାରେ ଆଦର୍ଶ ଶିଶୁ ମନ୍ଦିରର ମୁଖ୍ୟ ପରିଚାଳକ ହରୀଶ ଦାଶ ଓ କର୍ମଚାରୀ ସ୍ବାଗତିକା ପ୍ରଧାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଧନୁପାଲି ଥାନା ପୁଲିସ। ସେମାନଙ୍କ ବିରୋଧରେ ଧାରା ୩୦୭, ୩୫୪ ଏବଂ ୩୨୩ରେ ମାମଲା ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି ଧନୁପାଲି ଥାନା ଅଧିକାରୀ ସୁବ୍ରତ ପାଣିଗ୍ରାହୀ। ଅପରାହ୍ଣ ପ୍ରାୟ ୧.୩୦ରେ ସ୍ବାଗତିକାଙ୍କୁ ସମର୍ଥ ଗୃହରୁ ପୁଲିସ ଗିରଫ କରି ନେବା ସମୟରେ ସ୍ଥାନୀୟ ଅଧିବାସୀ ତାଳିମାରି ଖୁସି ବ୍ୟକ୍ତ କରିଥିଲେ। ଏହା ସହିତ ଆଇଜି ହିମାଂଶୁ ଲାଲ ମଧ୍ୟ ‘ସମର୍ଥ’ କେନ୍ଦ୍ର ପରିଦର୍ଶନ କରି ଅନ୍ତେବାସୀ ଓ ସ୍ଥାନୀୟ ଅଧିବାସୀଙ୍କ ସହିତ ଘଟଣା ସମ୍ପର୍କରେ ଆଲୋଚନା କରି ବିସ୍ତୃତ ତଥ୍ୟ ସଂଗ୍ରହ କରିଥିଲେ। ଏହି ସଂସ୍ଥାର ସମସ୍ତ କାର୍ଯ୍ୟକଳାପର ଅଡିଟ୍‌ କରିବା ସହିତ ସବୁ ଆପରାଧିକ ଗତିବିଧି ନେଇ ପୁଲିସ ଯାଞ୍ଚ କରିବ ବୋଲି ସୂଚନା ଦେଇଛନ୍ତି। ଆବଶ୍ୟକ ସ୍ଥଳରେ ଆହୁରି କେତେକ ବ୍ୟକ୍ତିଙ୍କ ଆପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖାଯିବ।  

ପରିଚାଳକ, ମହିଳା କର୍ମଚାରୀ ଜେଲ୍‌ଗଲେ
ଆଦର୍ଶ ଶିଶୁ ମନ୍ଦିର କାର୍ଯ୍ୟର ଅଡିଟ୍‌ ପାଇଁ ଆଇଜିଙ୍କ ନିର୍ଦ୍ଦେଶ
କଳା ତାଲିକାଭୁକ୍ତ କରିବାକୁ ସୁପାରିସ
ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ
୬ଜଣଙ୍କ ରହସ୍ୟଜନକ ମୃତ୍ୟୁର ତଦନ୍ତ ହେବ

ମାନସିକ ରୋଗୀ ଥଇଥାନ କେନ୍ଦ୍ର ‘ସମର୍ଥ’ରେ ଅନ୍ତେବାସୀଙ୍କ ପ୍ରତି ନିର୍ଯାତନା ଘଟଣା ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିଶେଷକରି ଏହି ସଂସ୍ଥାରେ ଗୋଟିଏ ବର୍ଷରେ ୬ ଜଣଙ୍କ ରହସ୍ୟଜନକ ମୃତ୍ୟୁ, ଏହାର ଆର୍ଥିକ କାରବାର ଓ ମହିଳା ଅନ୍ତେବାସୀଙ୍କ ପ୍ରତି ମୁଖ୍ୟ ପରିଚାଳକଙ୍କ ବ୍ୟବହାରକୁ ନେଇ ପୃଥକ୍‌ ଭାବରେ ତଦନ୍ତ ନିର୍ଦେଶ ଦେଇଥିବା କହିଛନ୍ତି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର। ଏହା ସହିତ ପରିଚାଳନା ସଂସ୍ଥା ଆଦର୍ଶ ଶିଶୁ ମନ୍ଦିରକୁ କଳା ତାଲିକାଭୁକ୍ତ କରିବା ଏବଂ ଏହାର ପଞ୍ଜୀକରଣକୁ ବାତିଲ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାଇଛନ୍ତି। ଗଣମାଧ୍ୟମକୁ ଜିଲ୍ଲାପାଳ ଜଣାଇଛନ୍ତି, ଏହି ସଂସ୍ଥାରେ ବର୍ତ୍ତମାନ ୩୦ ଜଣ ଅନ୍ତେବାସୀ ଅଛନ୍ତି। ସେମାନଙ୍କ ଥଇଥାନ ପ୍ରଶାସନ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ। ତେଣୁ ବର୍ତ୍ତମାନ ସମର୍ଥର ସେହି ଗୃହରେ ହିଁ ଅନ୍ତେବାସୀମାନେ ରହୁଛନ୍ତି। ସ୍ଥାନୀୟ ଏକ ସାମାଜିକ ସଙ୍ଗଠନ ଏହାର ପରିଚାଳନା କରୁଛନ୍ତି।

ଏକ ସପ୍ତାହ ମଧ୍ୟରେ ସମସ୍ତ ଅନ୍ତେବାସୀଙ୍କୁ ବିକଳ୍ପ ସ୍ଥାନକୁ ପଠାଇ ଦିଆଯିବ। ଦ୍ବିତୀୟତଃ ସଂସ୍ଥାରେ ଯୌନ ନିର୍ଯାତନା ଘଟଣା ନେଇ ମଧ୍ୟ ଉପଜିଲ୍ଲାପାଳ ପୁଷ୍ପାଞ୍ଜଳି ପଣ୍ଡାଙ୍କ ନେତୃତ୍ବରେ ଗଠିତ ଟିମ୍‌ ତଦନ୍ତ କରିବ। ଆହୁରି ମଧ୍ୟ ଅନ୍ତେବାସୀଙ୍କ ଉପଯୁକ୍ତ ଥଇଥାନ ପ୍ରକ୍ରିୟା ଦେଖିବା ପାଇଁ ଖୋର୍ଦ୍ଧାର ଏକ ଟିମ୍‌ ସମ୍ବଲପୁର ଆସୁଥିବା ସୂଚନା ଦେଇଛନ୍ତି। ଏହି ସଂସ୍ଥାର ଆର୍ଥିକ କାରବାର ଉପରେ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇଛି। ପୂର୍ବରୁ ସ୍ବଚ୍ଛତା ସମ୍ପର୍କିତ ସମସ୍ୟା ନେଇ ଏହାର ଅନୁଦାନକୁ ସାମାଜିକ ସୁରକ୍ଷା ବିଭାଗ କାଟି ଦେଇଥିଲା। ବର୍ତ୍ତମାନ ୨୦୨୧ ମସିହାରୁ ଆଜି ପର୍ଯ୍ୟନ୍ତ ମିଳିଥିବା ଅନୁଦାନକୁ ଏହି ସଂସ୍ଥା କିଭଳି ଖର୍ଚ୍ଚ କରିଛି ଏହାକୁ ନେଇ ସ୍ବତନ୍ତ୍ର ଯାଞ୍ଚ ହେବ। ଆବଶ୍ୟକସ୍ଥଳେ ଅନୁଦାନ ଅର୍ଥ ପରିଚାଳକ ହରୀଶ ଦାଶଙ୍କ ଠାରୁ ଭରଣା ମଧ୍ୟ କରାଯିବ। ସାମାଜିକ ସଙ୍ଗଠନ ‘ପରିଚୟ’ ପକ୍ଷରୁ ଏହି ଅନ୍ତେବାସୀଙ୍କ ପରିଚାଳନା କରାଯାଉଛି। ଏଥିପାଇଁ ‘ପରିଚୟ’ ସ୍ବତନ୍ତ୍ର ଭାବରେ ମହିଳା ଓ ପୁରୁଷ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିବା ଏହି ସଙ୍ଗଠନର ବିପିନ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe