ସୋର: ଇଂଜେକ୍ସନର ପ୍ରତିକ୍ରିୟା ଫଳରେ ଜଣେ ଯୁବତୀଙ୍କ ମୃତ୍ୟୁ

Advertisment
ସୋର: ଇଂଜେକ୍ସନର ପ୍ରତିକ୍ରିୟା ଫଳରେ ଜଣେ ଯୁବତୀଙ୍କ ମୃତ୍ୟୁ

photo-navbharattimes

ସୋର: ବାଲେଶ୍ୱର ଜିଲ୍ଲାର ସୋର ଅଂଚଳର ଅଡଙ୍ଗ ବଜାରରେ ଥିବା ଏକ ଘରୋଇ କ୍ଲିନକରେ ଇଂଜେକ୍ସନର ପ୍ରତିକ୍ରିୟା ଫଳରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ ଯୁବତୀଙ୍କ ନାଆଁ ହେଉଛି  ସସ୍ମିତା ଦାସ। ସେ ହେଉଛନ୍ତି ବାଗୁଡି ଗାଆଁର ଗୌରାଙ୍ଗ ଦାସଙ୍କ ଝିଅ। ଅଭିଯୋଗ ଅନୁଯାୟୀ ମୃତ ଯୁବତୀଜଣକ ଜ୍ୱରରେ ଆକ୍ରାନ୍ତ ହୋଇ ଚିକିତ୍ସା ଲାଗି ଉକ୍ତ କ୍ଲିନିକକୁ ଆସିଥିଲେ। ଡାକ୍ତର ଶଶାଙ୍କ ଆଚାର୍ଯ୍ୟ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷାପରେ ଏକ ଇଂଜେକ୍ସନ ଆଣିବାକୁ ଲେଖିଥିଲେ।

ସେ ଲେଖିଥିବା ଇଂଜେକ୍ସନକୁ ନିକଟରେ ଥିବା ମେଡିସିନ ଷ୍ଟୋରରୁ ଆଣିଥିଲେ। ସେହି ଇଂଜେକ୍ସନ ଯୁବତୀଙ୍କୁ ଦିଆଯିବାପରେ ତାଙ୍କର ପ୍ରାଣହାନି ଘଟିଥିଲା।ଏହାକୁ ନେଇ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା।ପରେ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଶାନ୍ତ କରିଥିଲେ। ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଭୁଲ ଇଂଜେକ୍ସନ ପାଇଁ ତାଙ୍କ ଝିଅ ସସ୍ମିତାଙ୍କର ଜୀବନ ଗଲା । ଏବେ ମୃତ ଯୁବତୀ ସସ୍ମିତାଙ୍କର ଶବ ସୋର ଡାକ୍ତରଖାନାରେ ରହିଛି। ସେଠାରେ ଶବ ବ୍ୟବଛେଦ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe