କୁକୁର କାମୁଡ଼ାରେ ୯ ଆହତ

Advertisment
ବିହାର: ବୁଲା କୁକୁର କାମୁଡ଼ିବାରୁ ୭୦ ଆହତ

Image Courtesy of India Today

କୁଚିଣ୍ଡା : କୁଚିଣ୍ଡା ସହରାଞ୍ଚଳରେ ପାଗଳା କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ସହର ରାଜଧାନୀ ପଡ଼ା ପୋଖରୀ ନିକଟରେ ଏକ କୁକୁର ପାଗଳ ହୋଇ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି। ଆଜି ଖବର ଲେଖାଯିବା ପର୍ଯ୍ୟନ୍ତ ୯ ଜଣ କୁକୁର କାମୁଡ଼ାରେ ଆହତ ହୋଇଥିବା ବେଳେ ସେମାନଙକୁ ଚିକିତ୍ସା ପାଇଁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ପ୍ରଶାସନ ପକ୍ଷରୁ ତୁରନ୍ତ ଏହା ଉପରେ ପଦକ୍ଷେପ ନେଇ କୁକୁରଟିକୁ କାବୁ କରିବାକୁ ଦାବି ହୋଇଛି।

ପ୍ରକାଶଥାଉ କି ଏହି ଅଞ୍ଚଳରେ ସରସ୍ବତୀ ଶିଶୁ ମନ୍ଦିର ରହିଥିବା ବେଳେ ଛାତ୍ରଛାତ୍ରୀମାନେ ମଧ୍ୟ କୁକୁର ଆକ୍ରମଣର ଶିକାର ହେବା ଆଶଙ୍କା ଦେଖା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe