zeenews.india.com
ମାଲକାନଗିରି : ନକ୍ସଲ ଆକ୍ରମଣରେ ଆହତ ହୋଇଥିବା ଜଣେ ଯବାନ ସହିଦ ହୋଇଛନ୍ତି। ସେ ରାଜୁ ନେତାମା ବୋଲି ଜଣାପଡ଼ିଛନ୍ତି।
ଗତକାଲି, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଅନ୍ତର୍ଗତ ନାରାୟଣପୁର ଜିଲ୍ଲାର ଆବୁଝମାଡ ଜଂଗଲରେ ସର୍ଚ୍ଚ ଅପରେସନ୍ ଚାଲିଥିବାବେଳେ ସୁରକ୍ଷା ଯବାନଙ୍କ ସହିତ ନକ୍ସଲ ମୁହାଁମୁହିଁ ହୋଇଥିଲେ। ଏଥିରେ ୫ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ ମଧ୍ୟ ରାଜୁ ଓ ଅନ୍ୟ ଜଣେ ଯବାନ ଆହତ ହୋଇଥିଲେ। ଦୁହିଁଙ୍କୁ ଉଦ୍ଧାର କରି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରାଜୁଙ୍କର ମୃତ୍ୟୁ ହୋଇଯାଇଛି। ଅନ୍ୟ ଜଣେ ଯବାନଙ୍କୁ ଭଲ ଚିକିତ୍ସା ପାଇଁ ରାୟପୁର ପଠାଯାଇଥିବା ଜଣାପଡିଛି।
Follow Us