ଘରୋଇ କାରଖାନାରେ ନିଆଁ ଝୁଲ ପଡ଼ିବା ଘଟଣା: ଚିକିତ୍ସା ପାଇଁ ଭୁବନେଶ୍ବରରୁ ମୁମ୍ବାଇ ଗଲେ ୨ ଗୁରୁତର ବ୍ୟକ୍ତି

Advertisment

ଫେକର କାରଖାନାରେ ୧୪୪ ଧାରା ଜାରି

ଫେକର କାରଖାନାରେ ୧୪୪ ଧାରା ଜାରି

ଘରୋଇ କାରଖାନାରେ ନିଆଁ ଝୁଲ ପଡ଼ିବା ଘଟଣା: ଚିକିତ୍ସା ପାଇଁ ଭୁବନେଶ୍ବରରୁ ମୁମ୍ବାଇ ଗଲେ ୨ ଗୁରୁତର ବ୍ୟକ୍ତି

ଭଦ୍ରକ: ବେଦାନ୍ତ ଫେକର କାରଖାନାରେ ମଙ୍ଗଳବାର ନିଆଁରେ ପୋଡ଼ି ହୋଇଥିବା ଦୁଇ ଜଣ କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ସୂତାର ଓ ବିଜୟ ବେହେରାଙ୍କ ଚିକିତ୍ସା ପାଇଁ ଭୁବନେଶ୍ବରର କିମ୍ସ ହସ୍ପିଟାଲରୁ  ମୁମ୍ବାଇ ନିଆଯାଇଛି। ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ଆଜି ଏୟାରଲିଫ୍ଟ କରି ମୁମ୍ବାଇ ବର୍ଣ୍ଣ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟରେ ବେଦାନ୍ତ ଫେକର ଗେଟ୍‌ର ୨୦୦ ମିଟର ଦୂର ପର୍ଯ୍ୟନ୍ତ ୧୪୪ ଧାରା ଜାରି ହୋଇଛି। ଏପ୍ରିଲ ୧୬ ତାରିଖ ପର୍ଯ୍ୟନ୍ତ ଏହି ୧୪୪ ଧାରା ଜାରି କରାଯାଇଛି।

publive-image

ସୂଚନାଯୋଗ୍ୟ, ରାନ୍ଦିଆସ୍ଥିତ ବେଦାନ୍ତ ଫେକର କାରଖାନାରେ ମଙ୍ଗଳବାର ପୁଣି ଅଘଟଣ ଘଟିଥିଲା। ମାସକ ପରେ ସେଇ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। କାରଖାନା ଭିତରେ କାମ କରୁଥିବା ସମୟରେ କୋରଣ୍ଟ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସୂତାର ଓ ରନ୍ଦିଆର ବିଜୟ ବେହେରାଙ୍କ ଉ‌ପରେ ନିଆଁ ଝୁଲ ପଡ଼ିଯାଇଥିଲା। ଫଳରେ ନିଆଁରେ ପୋଡ଼ିହୋଇ ୨ ଜଣ ଶ୍ରମିକ ଗୁରୁତର ହୋଇଥିଲେ। ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe