ମହାନତା ଦେଖାଇଲେ ଢେଙ୍କାନାଳ ଜିଲ୍ଲାପାଳ; ଦୁର୍ଘଟଣାରେ ଆହତ ମହିଳାଙ୍କୁ ଡାକ୍ତରଖାନା ପଠାଇଲେ

Advertisment
ମହାନତା ଦେଖାଇଲେ ଢେଙ୍କାନାଳ ଜିଲ୍ଲାପାଳ; ଦୁର୍ଘଟଣାରେ ଆହତ ମହିଳାଙ୍କୁ ଡାକ୍ତରଖାନା ପଠାଇଲେ

ଗଁଦିଆ: କିଏ କହେ ବଡ ବଡ଼ିଆ ବାବୁ ମାନଙ୍କର ମୁହଁ ଉପରେ ବୋଲି। ବଡ଼ବଡ଼ିଆ ବାବୁମାନେ ମଧ୍ୟ ଭଲ କାମ କରିଥାନ୍ତି, ଯାହାକୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି ଢେଙ୍କାନାଳ ଜିଲ୍ଲାପାଳ। ଜଣେ ଦରଦୀ ମଣିଷ ଭାବରେ ଏପରି ଏକ ମହାନ କାର୍ଯ୍ୟ କରିଛନ୍ତି, ଯାହାକୁ ନେଇ ସବୁଆଡେ ତାଙ୍କୁ ମିଳୁଛି ବାଃହା ବାଃହା। ଗତ ୧୮ ତାରିଖ ଦିନର ଘଟଣା । ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି ୫ଟି ଅଧିକରେ ନିର୍ମାଣ ଚାଲିଥିବା ବିଦ୍ୟାଳୟ ଗୁଡିକର କାର୍ଯ୍ୟ କେତେ ଅଗ୍ରଗତି କରିଛି ତାହାର ତଦାରଖ କରିବାକୁ ଗଁଦିଆ ଆସିଥିଲେ ଓ କାର୍ଯ୍ୟ ସାରି ଢେଙ୍କାନାଳ ଫେରୁଥିବା ସମୟରେ ବିଶ୍ୱନାଥପୁର ଠାରେ ରାସ୍ତାକଡରେ କୌଣସି ଅଜଣା ଗାଡି ଧକ୍କାରେ ଆହତ ଅବସ୍ଥାରେ ପଡିଥିବା ଜଣେ ମହିଳା ଦେଖି ସେଠରେ ନିଜର ଗାଡିକୁ ଅଟକାଇ ଥିଲେ। ସେଠାରୁ ସେ ଆହତଙ୍କୁ ତୁରନ୍ତ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇବା ପାଇଁ ସିଡ଼ିଏମ୍‌ଓଙ୍କୁ ଜଣାଇଥିଲେ।

କାଳେ ଗାଡ଼ି ଆସିବାରେ ବିଳମ୍ବ ହେବ ତେଣୁ ନିଜ ସାଥିରେ ଥିବା ଗଁଦିଆ ବିଡ଼ିଓଙ୍କର ଗାଡ଼ିରେ ପଠାଇ ଥିଲେ। ତାଙ୍କ ସହିତ ଜିଲ୍ଲା ପ୍ରକଳ୍ପ ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ଓ ବିଡ଼ିଓ ଆଶିଷ ରଂଜନ ସାହୁ, ଜେଇ ନୀଳମଣି ମହାପାତ୍ର ପ୍ରମୁଖ ଯାଇଥିଲେ। ସେଠାରେ ତୁରନ୍ତ ଚିକିତ୍ସା ଆରମ୍ବ ହୋଇଥିଲା। ଏହାପରେ ଜିଲ୍ଲାପାଳ ମେଡିକାଲକୁ ଯାଇ ଉକ୍ତ ମହିଳାଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ସେ ଚିକିତ୍ସା ପରେ ବହୁତ ଭଲଅଛନ୍ତି ବୋଲି କହିଥିଲେ। ଜିଲ୍ଲାପାଳଙ୍କ ଠାରୁ ପ୍ରକାଶ ଉକ୍ତ ମହିଳାଙ୍କର ଘର ନିହଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଗ୍ରାମରେ। ଉକ୍ତ ଗ୍ରାମର କିଛି ଯୁବକ ସାହାଯ୍ୟ କରିଥିଲେ। ଜିଲ୍ଲାପାଳଙ୍କର ଏପରି କର୍ଯ୍ୟକୁନେଇ କେବଳ ଗଁଦିଆ ବ୍ଲକ ନୁହେଁ। ବରଂ ସମଗ୍ର ଜିଲ୍ଲାରେ ଆଲୋଚନା ସହ ପ୍ରସଂଶା କରା ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe