କୁଚିଣ୍ଡା: ସମ୍ବଲପୁରଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବିଭିନ୍ନ ସ୍ଥାନରେ ହାଲୋଲିଆରେ ରୋଗ ବ୍ୟାଧି ଠିକ ହେବା ସହ ଘର ଧନସମ୍ପଦର ଭରପୁର ହେବ ଆଦି ବିଭିନ୍ନ ପ୍ରଲୋଭନ ଦେଖାଇ ଆବଶ୍ୟକତା ସମୟରେ ସାହାଯ୍ୟ ଯୋଗାଇବା ଆଳରେ କୁଚିଣ୍ଡା ଉପଖଣ୍ଡର ଗରିବ ଲୋକଙ୍କୁ ଧର୍ମାନ୍ତରୀକରଣ କରୁଥିବା ଏକ ଗୁରୁତର ଅଭିଯୋଗ ହୋଇଛି।
ସ୍ଥାନୀୟ ହିନ୍ଦୁ ସୁରକ୍ଷା ସଂଗଠନ ପକ୍ଷରୁ କୁଚିଣ୍ଡା ଉପଜିଲ୍ଲାପାଳଙ୍କ ଠାରେ ଏନେଇ ଦାବିପତ୍ର ପ୍ରଦାନ କରାଯାଇଛି।
ଏପରିକି କବରିବାହାଲ ଠାରେ ଏହାକୁ ସାଧାରଣ ସ୍ଥାନରେ ନକରି ଘର ଚାରିକାନ୍ଥ ଭିତରେ କରିବା ପାଇଁ କହିବାରୁ କବରିବାହାଲ ସରପଞ୍ଚ ଭଗିନ୍ଦ୍ର କିସାନଙ୍କ ନାମରେ ହୋଇଥିବା ଥାନା ଅଭିଯୋଗ ନେଇ ପ୍ରତିବାଦ ଜଣାଇଛନ୍ତି। ଏନେଇ ଭବିଷ୍ୟତରେ ଗଣ୍ଡଗୋଳର ଆଶଙ୍କା ଥିବା ମଧ୍ୟ କହିଛନ୍ତି।
ଅଧିକ ପଢ଼ନ୍ତୁ: ପାକିସ୍ତାନରେ ଟ୍ରେନ ଅପହରଣ କଲେ ଆତଙ୍କବାଦୀ, ଶତାଧିକ ଯାତ୍ରୀ ବନ୍ଧକ
ସରପଞ୍ଚଙ୍କ ସହିତ ଗ୍ରାମର ଦୁର୍ଯୋଧନ ମୁଣ୍ଡା, ପ୍ରଫୁଲ୍ଲ ଧାନ, ମିଶ୍ର କେଛୁ ଗ୍ରାମବାସୀଙ୍କ ଦସ୍ତଖତ ରହିଥିବା ଦାବିପତ୍ର ସହ ସ୍ଥାନୀୟ ରାମଚନ୍ଦ୍ର ରାଏ,ଅଙ୍ଗଦ ରାଏ, ସୈାରଭ କର,ଆତିସ ଅଗ୍ରୱାଲ, କୁମାର ବିକ୍ରମ,ମଣ୍ଟୁବାବା ପ୍ରମୁଖ ବ୍ୟକ୍ତି ମାନେ କୁଚିଣ୍ଡା ଉପଜିଲ୍ଲାପାଳ ଦାୟିତ୍ବରେ ରହିଥିବା ଡେପୁଟି କଲେକ୍ଟର ସରିତା ଓରାମଙ୍କୁ ଦୁଇଟି ଦାବିପତ୍ର ପ୍ରଦାନ କରିଛନ୍ତି।
ଅଧିକ ପଢ଼ନ୍ତୁ: ‘ମୋ ବସ୍’ର ଘଣ୍ଟା ପ୍ରତି ବେଗକୁ ନିୟନ୍ତ୍ରଣ କରାଯାଇଛି: ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/03/11/iCDyqS4B0ltFAZTyEpKQ.jpeg)
