ସାପ କାମୁଡ଼ାର ଚିକିତ୍ସା ପାଇଁ ଅଭିନବ ସଚେତନତା କାର୍ଯ୍ୟକ୍ରମ: କେଳା ବେଶରେ ହାତରେ ନକଲି ସାପ

ମାନବସେବା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ହଟିଙ୍ଗଠାରେ ଦେଖିବାକୁ ମିଳିଛି ଅଭିନବ ଉପାୟରେ ସଚେତନତା କାର୍ଯ୍ୟକ୍ରମ। ସାପ କାମୁଡ଼ିଲେ ପ୍ରଥମେ କଣ କରିବା ଆବଶ୍ୟକ ସେ ବିଷୟରେ ଟ୍ରଷ୍ଟ ପକ୍ଷରୁ ସଦସ୍ୟମାନେ ସଚେତନତା କରିଥିଲେ...

Innovative awareness program for snakebite treatment: Fake snake in hand

Innovative awareness program for snakebite treatment: Fake snake in hand

ଅନୁଗୁଳ:ମାନବସେବା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ହଟିଙ୍ଗଠାରେ ଦେଖିବାକୁ ମିଳିଛି ଅଭିନବ ଉପାୟରେ ସଚେତନତା କାର୍ଯ୍ୟକ୍ରମ। ସାପ କାମୁଡ଼ିଲେ ପ୍ରଥମେ କଣ କରିବା ଆବଶ୍ୟକ ସେ ବିଷୟରେ ଟ୍ରଷ୍ଟ ପକ୍ଷରୁ ସଦସ୍ୟମାନେ ସଚେତନତା କରିଥିଲେ।

ସମାଜ ସେବୀ କିନ୍ନର ଚିନ୍ମୟୀ ଦାସ କେଳା ବେଶରେ ୧୪ ଫୁଟର ଏକ ନକଲି ସାପ ସହିତ ସମସ୍ତ ସରଞ୍ଜାମ ପ୍ରସ୍ତୁତ କରି ନିଜର ପିଲାମାନଙ୍କୁ ନେଇ ବିଭିନ୍ନ ସ୍ଥାନରେ ବୁଲି ବୁଲି  ଲୋକଙ୍କୁ ସଚେତନତା କରାଇଥିଲେ।

ସାପ କାମୁଡ଼ିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ଲାଗି ଗୁଣି ଗାରେଡି  କରିବା ପାଇଁ କୌଣସି ଗୁଣିଆ କିମ୍ଵା  ମନ୍ଦିରକୁ ନ ନେଇ ପ୍ରଥମେ ମେଡ଼ିକାଲକୁ ନେବା ପାଇଁ ସେ ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ନାଚ ଗୀତ ମାଧ୍ୟମରେ ଲୋକମାନଙ୍କୁ ବୁଝାଇଥିଲେ।  ଏହି ଭଳି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି ସେ  କହିଛନ୍ତି।

snake-bites | anugol

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe