କଳାହାଣ୍ଡି ଏସ୍‌ପିଙ୍କୁ ଅଭିନବ ବିଦାୟକାଳୀନ ସମ୍ବର୍ଦ୍ଧନା, କାନ୍ଧରେ ବସାଇ ବୁଲାଇଲେ

Advertisment
କଳାହାଣ୍ଡି ଏସ୍‌ପିଙ୍କୁ ଅଭିନବ ବିଦାୟକାଳୀନ ସମ୍ବର୍ଦ୍ଧନା, କାନ୍ଧରେ ବସାଇ ବୁଲାଇଲେ

ଭବାନୀପାଟଣା : କଳାହାଣ୍ଡି ଏସ୍‌ପି ଡା. ଶ୍ରବଣ ବିବେକ ଏମ୍‌ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ପୁଲିସ୍‌ ପକ୍ଷରୁ ଅଭିନବ ବାଇକ୍‌ ଶୋଭାଯାତ୍ରା ଓ ଏସ୍‌ପିଙ୍କୁ କାନ୍ଧେଇ ବିଦାୟ ଦେବା ଘଟଣା ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

publive-image

ପ୍ରକାଶ‌ ଯେ, କଳାହାଣ୍ଡି ଏସ୍‌ପି ଡା. ଶ୍ରବଣ ବିବେ‌କ ଏମଙ୍କ ବ୍ରହ୍ମପୁର ଏସ୍‌ପି ଭାବରେ ବଦଳି ହୋଇଛି। ଗୁରୁବାର ଦିନ କଳାହାଣ୍ଡି ପୁଲିସ୍‌ ପକ୍ଷରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏସ୍‌ପିଙ୍କ ବାସଭବନରୁ ଏକ ବାଇକ୍‌ ଶୋଭାଯାତ୍ରା ନଗର ପରିକ୍ରମା କରି ପୁଲିସ୍‌ ରିଜର୍ଭ ଛକରେ ପହଞ୍ଚିଥିଲା। ସେଠାରେ ଏସ୍‌ପିଙ୍କୁ କାନ୍ଧରେ ବସାଇ ପୁଲିସ୍ କର୍ମଚାରୀ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ପ୍ରଥମ ଥର ପାଇଁ ଜଣେ ପୁଲିସ୍‌ ଏସପି ପାଇଁ ପୁଲିସ ପକ୍ଷରୁ ବାଇକ ଶୋଭାଯାତ୍ରା ଓ କାନ୍ଧରେ ବସାଇ ଏସ୍‌ପିଙ୍କୁ ନେବା ଘଟଣା ସାଧାରଣରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ପରେ ଏସ୍‌ପି ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe