ଜଙ୍ଗଲ ରକ୍ଷା ପାଇଁ ଅଭିନବ ପ୍ରତିବାଦ: ବାଘ ବେଶରେ ଯୁବକ

Advertisment

ଅନୁଗୁଳରେ ବନ ଓ ବନ୍ୟପ୍ରାଣୀ ବିପଦରେ ଥିଲା ବେଳେ ଏହାର ସୁରକ୍ଷା ପାଇଁ ଏକ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ଜଣେ ଯୁବକ। ଏକ ହାତୀ ପ୍ରତିକୃତି ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜେ ବାଘ ବେଶରେ ଧାରଣା ଦେଇଛନ୍ତି।

ଅନୁଗୁଳରେ ବନ ଓ ବନ୍ୟପ୍ରାଣୀ ବିପଦରେ ଥିଲା ବେଳେ ଏହାର ସୁରକ୍ଷା ପାଇଁ ଏକ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ଜଣେ ଯୁବକ। ଏକ ହାତୀ ପ୍ରତିକୃତି ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜେ ବାଘ ବେଶରେ ଧାରଣା ଦେଇଛନ୍ତି।

ggjgjgjd

ଅନୁଗୁଳ: ଅନୁଗୁଳରେ ବନ ଓ ବନ୍ୟପ୍ରାଣୀ ବିପଦରେ ଥିଲା ବେଳେ ଏହାର ସୁରକ୍ଷା ପାଇଁ ଏକ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ଜଣେ ଯୁବକ। ଏକ ହାତୀ ପ୍ରତିକୃତି ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜେ ବାଘ ବେଶରେ ଧାରଣା ଦେଇଛନ୍ତି। ବନ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସରକାର ଠୋସ୍‌ ପଦକ୍ଷେପ ଗ୍ରହଣ ନ କଲେ ଜାନୁଆରି ପହିଲାରୁ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ପାଳଲହଡ଼ା ବ୍ଲକ୍‌ ଉଦୟପୁର ଗାଁର ଦିଲୀପ କୁମାର ସାହୁ ଆଜି ସକାଳେ ଏକ ସୁଶୋଭିତ ଗାଡ଼ି ଚଳାଇ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଗାଡ଼ିରେ ହାତୀର ଏକ ବଡ଼ ପ୍ରତିକୃତି ଥିଲା ବେଳେ ଅନ୍ୟ ବନ୍ୟପ୍ରାଣୀଙ୍କ ଛୋଟବଡ଼ ପ୍ରତିକୃତି ଓ ଡାଳପତ୍ର ରହିଥିଲା। ନିଜେ ବାଘ ବେଶରେ ଆସିଥିବା ଦିଲୀପ ବିଭିନ୍ନ ପ୍ଲାକାର୍ଡ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଗଛକଟା ବନ୍ଦ କରିବା, ବିଭିନ୍ନ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ଓ ଜଙ୍ଗଲ ବିଭାଗର ନାମ ପରିବର୍ତ୍ତନ କରି ଜୀବନ ବିଭାଗ କରିବାକୁ ସେ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe