ବାଲୁଗାଁ : ଭାରତ ସରକାରଙ୍କ ନୌସେନା ତାଲିମ ସଂସ୍ଥା ଆଇଏନ୍ଏସ୍ ଚିଲିକାରୁ ଉତ୍ତୀର୍ଣ୍ଣ ହୋଇଥିବା ୨୯୨୯ ଜଣ ଶିକ୍ଷାନବିଶଙ୍କର ଏକ ପରେଡ୍ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ପରେଡ୍ରେ ଗୋପାଳପୁରସ୍ଥିତ ଆର୍ମି ଏୟାର୍ ଡିଫେନ୍ସ କଲେଜର କମାଣ୍ଡାଣ୍ଟ ତଥା ଲେଫ୍ଟନାଣ୍ଟ ଜେନେରାଲ ସତିନ୍ଦର ସିଂହ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମେଧାବୀ ଶିକ୍ଷାନବିଶମାନଙ୍କୁ ଜେନେରାଲ ସତିନ୍ଦର ସିଂହ ପଦକ ପ୍ରଦାନ କରିଥିଲେ। ପୂର୍ବରୁ ଏକ ବିଦାୟକାଳୀନ ସଭାରେ ଆୟୋଜିତ ସ୍ବତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମରେ ଶିକ୍ଷାନବିଶମାନେ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ। ଆଇଏନ୍ଏସ୍ ଚିଲିକା ଶିକ୍ଷାନବିଶ ପତ୍ରିକା ‘ଅଙ୍କୁର’ର ଶୀତକାଳୀନ ସଂସ୍କରଣକୁ ଉନ୍ମୋଚନ କରାଯାଇଥିଲା।
ଆଇଏନ୍ଏସ୍ ଚିଲିକାର ଶିକ୍ଷାନବିଶଙ୍କୁ ପଦକ ପ୍ରଦାନ
Advertisment
Follow Us